|
logo
Live

Argus News - ବିଜେଡିରେ ରହୁନି ନବୀନଙ୍କ କର୍ତ୍ତୁତ୍ବ, କନିଷ୍ଠ ବି କରୁଛନ୍ତି ଚାଲେଞ୍ଜ

Odisha

Rajya Sabha Election / ବିଜେଡିରେ ରହୁନି ନବୀନଙ୍କ କର୍ତ୍ତୁତ୍ବ, କନିଷ୍ଠ ବି କରୁଛନ୍ତି ଚାଲେଞ୍ଜ

Bikash Mohanty
Browse all articles by Bikash Mohanty
·3 weeks ago·2 min read
ବିଜେଡିରେ ରହୁନି ନବୀନଙ୍କ କର୍ତ୍ତୁତ୍ବ, କନିଷ୍ଠ ବି କରୁଛନ୍ତି ଚାଲେଞ୍ଜ
Naveen pattnaik

Key Points

ଚକମା ଦେଉଥିଲେ, ଏବେ ଚକମା ଖାଇଲେ ନବୀନ
ଲଗାତାର ପରାଜୟ ହେଉଛି ବିଜେଡି
ଦଳରେ ରହୁନି କର୍ତ୍ତୁତ୍ବ
କନିଷ୍ଠ ବି କରୁଛନ୍ତି ଚାଲେଞ୍ଜ

ଏକଦା ଓଡ଼ିଶା ରାଜନିତୀର ବେତାଜ ବାଦଶାହା ଥିଲେ ନବୀନ ପଟ୍ଟନାୟକ। ଯାହା ନିଷ୍ପତ୍ତି ନେଉଥିଲେ, ତାହାକୁ ‘ମାଷ୍ଟର୍ ଷ୍ଟ୍ରୋକ୍’ କୁହାଯାଉଥିଲା। ଦଳର ନେତାଙ୍କୁ ତିଳେ ବି ଖାତିର କରୁନଥିଲେ ନବୀନ। ଯାହା କହୁଥିଲେ ତାହା ଦଳରେ ହେଉଥିଲା ବେଦର ଗାର। ଏବେ ଆଉ ସେକାଳ ପଖାଳ ନାହିଁ। ହାତରୁ ଖସିଯାଇଛି କ୍ଷମତା। ଆଉ କାମଦେଉନି ମାଷ୍ଟର ଷ୍ଟ୍ରୋକ୍। ଚକମା ଦେବାରେ ମାହିର ନବୀନ ଏବେ ଖୋଦ ଚକମା ଖାଇଛନ୍ତି। ନୂଆପଡ଼ା ଉପନିର୍ବାଚନ ଓ ଏବେ ରାଜ୍ୟସଭା ନିର୍ବାଚନ ଏହାର ଏକ ଉଦାହରଣ। 

ଓଡ଼ିଶା ରାନିତୀର ଅପରାଜେୟ ଥିବା ନବୀନ ୨୦୨୪ରୁ ବାରମ୍ବାର ପରାଜୟର ସ୍ବାଦ ଚାଖୁଛନ୍ତି। ୨୦୨୪ରେ ସେ ନିଜେ ୧୫ ହଜାରରୁ ଅଧିକ ଭୋଟରେ କଣ୍ଟାବାଞ୍ଜିରେ ପରାସ୍ତ ହେଲେ। ତାଙ୍କ ନେତୃତ୍ବରେ ବିଜେଡି ପରାଜୟ ବରଣ କଲା। ୨୪ ବର୍ଷ ସରକାରର ପତନ ହେଲା।  ୨୦୨୫ରେ ନୂଆପଡ଼ା ଉପନିର୍ବାଚନରେ ନବୀନ ପ୍ରଚାର ମଙ୍ଗ ଧରିଥିବା ସତ୍ତ୍ବେ ଦଳ ଶୋଚନୀୟ ଭାବେ ପରାସ୍ତ ହେଲା। ଏବେ ରାଜ୍ୟସଭାରେ ନବୀନଙ୍କ ସମସ୍ତ କୌଶଳ ବିଫଳ ହେଲା।

ପଢନ୍ତୁ ଏହି ଖବର: ଭାଙ୍ଗୁଛି ବିଜେଡି, ଆଉ ନାହିଁ ନବୀନଙ୍କ କର୍ତ୍ତୃତ୍ଵ

ପୁର୍ବରୁ ନବୀନଙ୍କ ନିଷ୍ପତ୍ତି ଥିଲା ଶେଷ ନିଷ୍ପତ୍ତି। ନବୀନଙ୍କ ନିଷ୍ପତ୍ତିକୁ ନମାନିବା ତ ଦୁରର କଥା, ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିବାକୁ ବି ସାହାସ କରୁନଥିଲେ। ଏବେ କିନ୍ତୁ ବରିଷ୍ଠ ବିଧାୟକଙ୍କ କଥା ଛାଡ଼ନ୍ତୁ ଦଳର କନିଷ୍ଠ ବିଧାୟକ ମଧ୍ୟ ନବୀନଙ୍କ କଥାକୁ ମାନୁ ନାହାନ୍ତି। ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳଙ୍କ ପରି ଯୁବ ବିଧାୟକ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଦଳୀୟ ନେତୃତ୍ବ ମନଇଚ୍ଛା ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ଉପରେ ଲଦିପାରିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇଛନ୍ତି। ଗତକାଲି ରାଜ୍ୟସଭା ନିର୍ବାଚନରେ ଦଳର ବିଧାୟକ କରିଥିବା କ୍ରସଭୋଟିଂ ଓ ବୟାନରୁ ଏହା ସ୍ପଷ୍ଠ ହୋଇ ଯାଇଛି। ପୁର୍ବରୁ ଯୁବ ବିଧାୟକ ସବୁବେଳେ ନବୀନଙ୍କ ଆସେଟ୍ ଥିଲେ। ନବୀନଙ୍କ ପାଇଁ ଗଳାଫଟା ଚିତ୍କାର କରୁଥିଲେ। ଏବେ ସେମାନେ ହାତ ଛାଡ଼ିବା ଆରମ୍ଭ କରିବା ଘଟଣା ବିଜେଡିରେ ହଲଚଲ୍ ସୃଷ୍ଟି କରିଛି।

ନୂଆପଡ଼ା ଉପନିର୍ବାଚନରେ ନବୀନଙ୍କ ଯାଦୁ କାମ ଦେଇ ନଥିଲା। ସେଠାରେ ପ୍ରାର୍ଥୀ ଚୟନ ସମସ୍ତଙ୍କୁ ଚକିତ କରିଥିଲା। ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁ ବିଜେଡି ସେଠାରେ ତୃତୀୟ ସ୍ଥାନରେ ରହିଲା। ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ସେଠାକୁ ପ୍ରଚାରକୁ ଯାଇଥିଲେ ବି ବିଜେଡି ସେଠାରେ ତୃତୀୟ ସ୍ଥାନରେ ରହିଥିଲା
ନିଜ ରାଜନୈତିକ କ୍ୟାରିଅରରେ କେବେ ହାରିନଥିଲେ ନବୀନ ପଟ୍ଟନାୟକ। ହେଲେ ୨୦୨୪ ନବୀନଙ୍କ ରାଜନିତୀରେ ଲାଗିଥିଲା କଳାଦାଗ। ୨୦୨୪ ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପରାସ୍ତ ହୋଇଥିଲେ ନବୀନ।

ଏବେ ରାଜ୍ୟରେ ବିରୋଧି ଦଳରେ ଅଛି ବିଜେଡି, ନବୀନ ପଟ୍ଟନାୟକ ଅଛନ୍ତି ବିରୋଧି ଦଳ ନେତା। କିନ୍ତୁ ୨୦୨୪ରୁ ବିଜେଡି ଆକାଶରେ ଦେଖା ଦେଇଛି କଳା ବାଦଲ। ଦଳରେ ଅବିଶ୍ବାସ ଓ ଅସନ୍ତୋଷ ବଢି ଚାଲିଛି। ଏଥି ମଧ୍ୟରେ ଦଳର ଅନେକ ହେବିଓ୍ବେଟ ଦଳ ଛାଡ଼ି ସାରିଲେଣି, ଅନେକ ଦଳ ଛାଡ଼ିବା ପାଇଁ ପାଦ କାଢିଛନ୍ତି।
ବିଜେଡିରେ ବଢୁଥିବା ଅବିଶ୍ବାସ ଓ ଅସନ୍ତୋଷକୁ ନେଇ କିଭଳି ନବୀନ କିଭଳି ଦଳକୁ ପରିଚାଳନା କରିବେ ତାହା ଏକ ବଡ଼ ପ୍ରଶ୍ନ।

ପଢନ୍ତୁ ଏହି ଖବର:  ରାଜ୍ୟସଭା ନିର୍ବାଚନ ଜିତିଲେ ବିଜେପି ସମର୍ଥିତ ସ୍ଵାଧିନ ପ୍ରାର୍ଥୀ ଦିଲ୍ଲୀପ ରାୟ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rajya Sabha Election: ବିଜେଡିରେ ରହୁନି ନବୀନଙ୍କ କର୍ତ୍ତୁତ୍ବ, କନିଷ୍ଠ ବି କରୁଛନ୍ତି ଚାଲେଞ୍ଜ | Argus News