Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରିଲା କଂଗ୍ରେସର ପିସିସି ସଭାପତି ଚୟନ ବୈଠକ

Ritu Das
Browse all articles by Ritu Das
·1 year ago·1 min read
ସରିଲା କଂଗ୍ରେସର ପିସିସି ସଭାପତି ଚୟନ ବୈଠକ

ଅର୍ଗସ ବ୍ୟୁରୋ: ସରିଲା କଂଗ୍ରେସର ପିସିସି ସଭାପତି ଚୟନ ବୈଠକ । ଆସନ୍ତା 23ରେ ଆସିବ ନୂତନ ସଭାପତିଙ୍କ ନାମ । ଏ ନେଇ ସୂଚନା ଦେଇଛନ୍ତି ଚୟନ କମିଟି ସଦସ୍ୟ। ମିନାକ୍ଷୀ ନଟରାଜନ କହିଛନ୍ତି, ହାଇକମାଣ୍ଡଙ୍କ ନିଷ୍ପତିକୁ ସମସ୍ତେ ସମର୍ଥନ ଜଣାଇବେ ।  ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜଭୁତ୍ କରିପାରିବେ ସେଭଳି ନେତାଙ୍କୁ ଚୟନ କରାଯିବ ।  ଆଗାମୀ ପଞ୍ଚାୟତ ଓ ମହାନଗର ନିର୍ବାଚନରେ ଦଳକୁ ଯିଏ ଜିତାଇବାରେ ସମର୍ଥ ହେବ ସେହିଭଳି ନେତାଙ୍କୁ ଚୟନ କରାଯିବ। 

ସବୁ ବିଧାୟକ ଏବଂ  ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ଚାଲିଥିଲା କଂଗ୍ରେସର ଏହି ବୈଠକ । କିଏ ଧରିବେ କଂଗ୍ରେସର ମଙ୍ଗ, ତାକୁ ନେଇ ଦିନ ତମାମ ପିସିସି କାର୍ଯ୍ୟାଳୟ ଭିତରେ ଘମାସନ ହୋଇଥିଲା । ଛତିଶଗଡ଼ର କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏଵଂ ମିନାକ୍ଷୀ ନଟରାଜନ ଉପସ୍ଥିତିରେ ବସିଥିଲା ବୈଠକ । ଭକ୍ତ ଦାସ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନା ଓ ଜୟଦେବ ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ନେତାମାନେ କହିଛନ୍ତି, ଆମେ ଜଣେ ଯୋଗ୍ୟ ଏଵଂ ଦକ୍ଷ ଲୋକଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିଛୁ । ଲବି କିଛି କାମ ଦେବନି । ଚୟନ କମିଟି ସଦସ୍ୟ ଏଠାରୁ ଯିବା ପରେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିବେ । ଯିଏ ବି ହେବେ ଆମେ ସମସ୍ତେ ତାଙ୍କୁ ମାନି କାମ କରିବୁ । କଂଗ୍ରେସକୁ ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress PCC President | Argus News