Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କଲା କଂଗ୍ରେସ 

Odisha

ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କଲା କଂଗ୍ରେସ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କଲା କଂଗ୍ରେସ 

ଭୁବନେଶ୍ୱର:  ରାଜଧାନୀରରେ ଗର୍ଜିଲା ଯୁବ କଂଗ୍ରେସ । ନବୀନ ନିବାସ ଘେରାଉ ଉଦ୍ୟମବେଳେ ରାଜମହଲ ଛକରେ ପୋଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି । ରାଲିକୁ ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀ ଉଦ୍ୟମ କରିଥିଲେ ।  ପୋଲିସ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଛି ଯୁବ କଂଗ୍ରେସ । ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଜୋରଦାର ବିକ୍ଷୋଭ କରିଛି କଂଗ୍ରେସ । ରାଜ୍ୟ ସରକାର ଯୁବକମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ ।

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ । ରାଜ୍ୟରେ ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଶିକ୍ଷା, ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛି ଯୁବ କଂଗ୍ରେସ । ପ୍ରତିବର୍ଷ ୨ଲକ୍ଷ ଚାକିରି ଦେବାକୁ ସରକାର କହିଥିଲେ । ସେହି ଅନୁସାରେ ୨୪ ବର୍ଷ ମଧ୍ୟରେ ୪୮ ଲକ୍ଷ ଯୁବକ ଯୁବତୀ ରୋଜଗାରକ୍ଷମ ହେବା କଥା । କିନ୍ତୁ ଦୁଃଖର କଥା ବର୍ତ୍ତମାନ ରାଜ୍ୟରେ ୨ ଲକ୍ଷ ୩୬ ହଜାର ସରକାରୀ ପଦବୀ ଖାଲି ପଡ଼ିଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress pelted eggs and tomatoes on the police | Argus News