କଂଗ୍ରେସର ପ୍ରେସମିଟ୍, ୨୪ ପାଇଁ ୯ ଗ୍ୟାରେଣ୍ଟି
·2 years ago

ଅର୍ଗସ ବ୍ୟୁରୋ: କଂଗ୍ରେସର ପ୍ରେସମିଟ୍। ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ନେଇ ଦାବି। କଂଗ୍ରେସର ୯ ଗ୍ୟାରେଣ୍ଟି। ୨୪ ପାଇଁ କଂଗ୍ରେସର ୯ ଗ୍ୟାରେଣ୍ଟି ସାମ୍ନାକୁ ଆସିଛି। ୧୫ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତି, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା ବୃଦ୍ଧି। ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ କରିବାକୁ ମଧ୍ୟ ଘୋଷଣା ହୋଇଛି। ବାର୍ଦ୍ଧକ୍ୟ/ ବିଧାବା ଭତ୍ତା ମାସିକ ୨ ହଜାର , ପରିବାରକୁ ୫ ଶହରେ ସିଲିଣ୍ଡର ମିଳିବ। ପ୍ରେସମିଟରେ ଘୋଷଣା କଲେ କଂଗ୍ରେସର ପିସିସି ପ୍ରଭାରୀ, ସଭାପତି, ବରିଷ୍ଠ ନେତା। ତେବେ ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳ ନିଜ ନିଜ ମୁଦ୍ଦା ନେଇ ରାଜ୍ୟବାସୀଙ୍କ ପାଖରେ ପହଞ୍ଚୁଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
