Videos
|
Odisha

ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଂଗ୍ରେସର ପ୍ରତିବାଦ

Ritu Das
Browse all articles by Ritu Das
·2 years ago·1 min read
ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଂଗ୍ରେସର ପ୍ରତିବାଦ

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ କୃଷିମାରଣ ନୀତି ଯୋଗୁଁ  ରାଜ୍ୟରେ କୃଷକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଦିନକୁ ଦିନ କୃଷକ ସଶକ୍ତ ବଦଳରେ ଗରିବି ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ଓଡ଼ିଶାରେ ଧାନ ମଣ୍ଡିରେ ସରକାର ଓ ମିଲ ମାଲିକ ମଧୁଚନ୍ଦ୍ରିକା  ଅହେତୁକ  କଟନୀ ଛଟନୀ, ଚାଷୀଙ୍କୁ ବସ୍ତା  ଓ ସୂତୁଲି ଟଙ୍କା ନ ଦେବା। ଧାନ ମଣ୍ଡିରେ ଧାନ ରଖିବା ଓ ଚାଷୀ ରହିବା, ପିଇବା ପାଣି ନ ଥିବା ସହ ଵ୍ଳକରେ  ଶୀତଳ ଭଣ୍ଡାର ନ ଖୋଲିବା ଇତ୍ୟାଦି ଯୋଗୁଁ ଚାଷୀ ଚାଷ କରି ଉତ୍ପାଦିତ ଦ୍ରବ୍ୟକୁ ରଖି ନ ପାରି ହନ୍ତସନ୍ତ ଓ ଆର୍ଥିକ ଶୋଷଣର ଶିକାର ହେଉଛି। 

ଜମିକୁ ଠିକ୍ ସମୟରେ ପାଣି ନ ଦେବା, ଅଧିକ ଜମିକୁ ଜଳସେଚନ ପାଇଁ ପଦକ୍ଷେପ ନ ନେବା   ଇତ୍ୟାଦି  ସରକାର ଦୀର୍ଘ ବର୍ଷ ଧରି ସ୍ବାମୀନାଥନ କମିଶନଙ୍କୁ କାର୍ଯ୍ୟକାରୀ ନ କରିବା ଯୋଗୁଁ ଚାଷୀ ଆଜି ସବୁଠାରୁ ଆର୍ଥିକ ପଛୁଆ ହୋଇ ପଡ଼ିଛି । ସେମାନଙ୍କୁ ପେନସନ ବ୍ୟବସ୍ଥା ନ କରିବା ଫଳରେ ଚାଷୀର ବାର୍ଦ୍ଧକ୍ୟ ଜୀବନ ଅତ୍ୟନ୍ତ ଦୟନୀୟ। ଚାଷୀଙ୍କ ଉପରେ  ଆଖିବୁଜା  ବିଜେଡି ସରକାର ନିରବ ସମର୍ଥନ ଦେବା ଅତ୍ୟନ୍ତ ଦୁଃଖର ବିଷୟ। ଏହାରି ପ୍ରତିବାଦରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ତରଫରୁ ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ହେବା ସହ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Congress protests | Argus News