ପ୍ରଗମନ ଆପ୍କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ: ପ୍ରାର୍ଥୀ ଚୟନରେ ହେଉଛି ବିଭ୍ରାଟ

ଅର୍ଗସ ବ୍ୟୁରୋ: ନଜର ପକାନ୍ତୁ ଜୟପୁର କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଦେଶ କଂଗ୍ରେସ ସଦସ୍ୟ ବିରେନ ପଟ୍ଟନାୟକ ଓ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦୂର୍ଗା ଶଙ୍କର ସାହୁ କଣ କହୁଛନ୍ତି ଏହି ଆପକୁ ନେଇ। ଆଉ କେମିତି ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ନିଜ ଅଭିଯୋଗକୁ ନିଜେ ବଦଳାଉଛନ୍ତି। ଏହିଭଳି ଦୃଶ୍ୟ ଦେଖିଲା ପରେ ସିଧା ସିଧା ପ୍ରଶ୍ନ ଉଠୁଛି ବିଜୁ ଜନତା ଦଳ ପରେ ଗୋଷ୍ଠୀ କନ୍ଦଳର ପେଣ୍ଠ ସ୍ଥଳ ସାଜିବ କି କଂଗ୍ରେସ ?
ଅନ୍ୟପଟେ ଏହି ଦୃଶ୍ୟକୁ ଦେଖିଲା ପରେ କୋଉଠି ନା କୋଉଠି ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଉଠୁଛି କି ଅନ୍ୟ ଦଳର ଦୁର୍ବଳତା ଓ ଦୋଷକୁ ମୁଖ୍ୟ ପ୍ରସଙ୍ଗ କରି ଆକ୍ଷେପ କରୁଥିବା ଜାତୀୟ ଦଳ ନିଜ କନ୍ଦଳର ସମାଧାନ କରିପାରୁନାହିଁ। ତାହେଲେ ଯଦି ଆଗକୁ ଶାସନ ଭାର ହାତକୁ ଯାଏ ତେବେ ଜନତା ଜନାର୍ଦ୍ଦନଙ୍କ ସମସ୍ୟାର କେମିତି କଂଗ୍ରେସ ସମାଧାନ କରିବ। ଖାଲି ଏତିକି ନୁହେଁ କଂଗ୍ରେସର ଆଉ ଏକ ସାମ୍ବାଦିକ ସମ୍ମିଳନୀରେ କଣ କହୁଛନ୍ତି କୋରାପୁଟ କଂଗ୍ରେସ ଜିଲ୍ଲା ସଭାପତି ଶୁଣନ୍ତୁ।
ଉଭୟ ବିଜେଡି ଓ ବିଜେପିର ନିର୍ବାଚନିକ ବଣ୍ଡ କଥା କହି କଳା ଟଙ୍କାର ହିସାବ ମାଗୁମାଗୁ ନିଜ ହିସାବ କଥା ପଚାରିଲା ବେଳକୁ ପାଟି ଥଙ୍ଗମଙ୍ଗ ହୋଇଯାଉଛି। ଆଉ ଉତ୍ତର ମିଳୁଛି ଏହାର ହିସାବ ରହିଛି କେନ୍ଦ୍ର ନେତୃତ୍ଵ ପାଖରେ। ଖାଲି ଏତିକି ନୁହେ ବର୍ତ୍ତମାନର କୋରାପୁଟ ଜିଲ୍ଲା ସଭାପତି ବି ଏହି କଥାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ କହିଛନ୍ତି କି ଏହି ପ୍ରଗମନ ଆପରେ ସମସ୍ତ ପ୍ରାର୍ଥୀ ନିଜର 500 ସମର୍ଥକଙ୍କୁ ସାମିଲ କରିବେ ତା ପରେ ଯାଇ ଚୟନ କମିଟି ଏହି ରିପୋର୍ଟ ଆଧାର ରେ ପାର୍ଥୀ ଟିକେଟ ଦେବ କି ନାହିଁ ତାହା ଘୋଷଣା କରିବ।
ସବୁଠାରୁ ବଡ କଥା କି ଅନ୍ୟ ଦଳର କନ୍ଦଳକୁ ନେଇ ପ୍ରଶ୍ନ ଉଠାଇ ଇଙ୍ଗିତ କରି ସମାଲୋଚନା କରୁଥିବା କଂଗ୍ରେସ ନିଜେ କେତେ ଅଛି ସ୍ପଷ୍ଟ ତାକୁ ନେଇ ବର୍ତ୍ତମାନ ବଡ ପ୍ରଶ୍ନ ସୃଷ୍ଟି ହେଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର