Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିର୍ବାଚନ ପୂର୍ବରୁ କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍

Odisha

ନିର୍ବାଚନ ପୂର୍ବରୁ କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍

Smruti Parija
Browse all articles by Smruti Parija
·2 years ago·1 min read
ନିର୍ବାଚନ ପୂର୍ବରୁ କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନ ପୂର୍ବରୁ ଘର ସଜାଡିବାରେ ବ୍ୟସ୍ତ କଂଗ୍ରେସ । ଦଳରୁ ଦୂରେଇ ରହିଥିବା ନେତା କେମିତି ଘର ବାହୁଡ଼ା କରିବେ ସେନେଇ ମାନସମନ୍ଥନ କରିବା ପରେ ବଡ଼ ପଦକ୍ଷେପ ନେବାରେ ବ୍ୟସ୍ତ ହାତ ଦଳ । ସେଇଥି ପାଇଁ ତ ଆଜି କଂଗ୍ରେସରୁ ନିଲମ୍ବନ ହୋଇଥିବା ତିନି ହେଭିୱେଟ୍‌ ନେତାଙ୍କ ଉପରୁ ଉଠିଛି ନିଲମ୍ବନ । ଯାହାକୁ ନେଇ ମୋକିମ-ଚିରଞ୍ଜୀବ ଓ କୃଷ୍ଣଚନ୍ଦ୍ରଙ୍କ କ୍ୟାମ୍ପରେ ଖୁସିର ମାହୋଲ ।

ଗତକାଲି କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ ଚିରଞ୍ଜୀବି । ଆଉ ଆଜି ହଟିଲା ନିଲମ୍ବନ । 2024 ନିର୍ବାଚନକୁ ଆଉ 3 ମାସ ସମୟ ବାକି । ସବୁ ଦଳ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି । ଆଉ ଏହାରି ଭିତରେ କଂଗ୍ରେସ ପ୍ରଭାରୀଙ୍କୁ ଭେଟିବା ପରେ ଆଜି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ହଟିଛି ନିଲମ୍ବନ । ଖାଲି ଏହି ଦୁଇ ଜଣ ନୁହନ୍ତି ବରଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିଛି । ଏନେଇ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । 

ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଜୁଲାଇ 15 ତାରିଖରେ କଂଗ୍ରେସର କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ହୋଇଥିଲା । ଉଭୟଙ୍କ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା । ହେଲେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା । ଯାହାକୁ ନେଇ ପୁରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Congress revokes suspension of senior leaders Md Moquim, Chiranjib Biswa | Argus News