Congress Controversy / ପିସିସି ମୁଖିଆଙ୍କ ବିଭୀଷଣ ବୟାନ ପରେ କଂଗ୍ରେସରେ କମ୍ପନ
·9 months ago·2 min read

Key Points
ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ଭିତରେ ଏବେ "ଅଲ ଇଜ ନଟ ୱେଲ।" ଦଳର କିଛି ନେତା ବିଭୀଷଣ କାମ କରିଥିବା ପିସିସି ସଭାପତି ଭକ୍ତଚରଣ ଦାସ ବୟାନ ଦେବା ପରେ ଦଳ ଭିତରେ ଯେପରି ନିଆଁ ଲାଗି ଯାଇଛି।
ନୂଆପଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ଭିତରେ ଏବେ "ଅଲ ଇଜ ନଟ ୱେଲ।" ଦଳର କିଛି ନେତା ବିଭୀଷଣ କାମ କରିଥିବା ପିସିସି ସଭାପତି ଭକ୍ତଚରଣ ଦାସ ବୟାନ ଦେବା ପରେ ଦଳ ଭିତରେ ଯେପରି ନିଆଁ ଲାଗି ଯାଇଛି। କିଛି ଗଣମାଧ୍ୟମରେ ଧର୍ମକୁ ନେଇ ଭକ୍ତ ଦେଇଥିବା ବୟାନକୁ ଏକଛତ୍ର ବାଦୀ କହିବା ସହ ଦଳରେ ବିଭୀଷଣ ଥିଲେ ରାବଣ କିଏ ବୋଲି ପ୍ରଶ୍ନ କରିଛନ୍ତି ନେତା। ତେବେ ଦଳରେ କ୍ରେଜ ଥିବା ଦୁଇ ବିଧାୟକ ରମେଶ ଜେନା ଓ ସୋଫିଆ ଫିର୍ଦୋଷଙ୍କ ସହ ମୋକିମଙ୍କ ଭଳି ନେତାଙ୍କୁ ବି କାହିଁକି ନୂଆପଡା ଦାୟିତ୍ୱ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି।
ଏହାସହ ପଢ଼ନ୍ତୁ: ଭକ୍ତ 'ହାତ'କୁ ସଜାଡ଼ିବେ ନା ମୋଡ଼ିକି ଭାଙ୍ଗିବେ ? ମୋକିମଙ୍କ ଚିଠିକୁ ମିଳିଲାଣି ବରିଷ୍ଠ ନେତାଙ୍କ ସମର୍ଥନ
ଏ ନେଇ ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ଶୃଙ୍ଖଳା କମିଟି ଯାଏ ଯାଇ ସାରିଛନ୍ତି। ଏବେ ମୋକିମଙ୍କ ସପକ୍ଷରେ ବାହାରିଛନ୍ତି କିଛି ଦଳୀୟ ନେତା। ତିନି ଦିନ ଧରି ଚୁପ ଥିବା ମୋକିମ କିନ୍ତୁ ଆଜି ନିଜକୁ ଦଳ ର ଶୃଙ୍ଖଳିତ କର୍ମୀ କହିବା ସହ ଯାହା କହିବା କଥା ଦଳୀୟ ଫୋରମରେ କହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।
ନୂଆପଡା ଉପ ନିର୍ବାଚନ ରେ କଂଗ୍ରେସ ବିଜେଡି କୁ ପଛକୁ ଠେଲି ଦୁଇ ନମ୍ବର କୁ ଆସିଛି। ହେଲେ କିଛି ନେତାଙ୍କୁ ପ୍ରଚାରରୁ ଦୁରେଇ ରଖିବା ଓ ପରାଜୟ ପରେ ନେତାଙ୍କୁ ବିଭୀଷଣ କହିବା ଭକ୍ତଙ୍କୁ ଅଡୁଆରେ ପକାଇଛି। ଆଗକୁ ଦଳର କନ୍ଦଳ ବଢୁଛି ନା ମ୍ୟାନେଜ ହେଉଛି ତାହା ଉପରେ ନଜର ରହିଛି।
ଏହାସହ ପଢ଼ନ୍ତୁ : ହଠାତ୍ ବଦଳିଗଳା କଂଗ୍ରେସ ପାଣିପାଗ, ନେତାଙ୍କ ଭିତରେ ଲଢ଼େଇ ଆରମ୍ଭ !

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କର୍ଣ୍ଣାଟକ କଂଗ୍ରେସରେ ଆରମ୍ଭ ହେଲା ଗଡ଼ବଡ଼ । ବଦଳିପାରନ୍ତି ମୁଖ୍ୟମନ୍ତ୍ରୀ । ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । କାରଣ ଆପଣ ଭାବୁଥିବେ କର୍ଣ୍ଣାଟକ ରାଜନୀତିରେ ତ ସବୁ କିଛି ଠିକ୍ ଚାଲୁଥିଲା । ହଠାତ୍ ଏମିତି କ'ଣ ହେଲା ଯେ, ମୁଖ୍ୟମନ୍ତ୍ରୀ ବଦଳିବାର ଚର୍ଚ୍ଚା ଆରମ୍ଭ ହେଲାଣି । ଆଜ୍ଞା ହଁ, ଆମେ ଆପଣଙ୍କୁ ମନେ ପକାଇଦେଉଛୁ, ଅଢ଼େଇ ବର୍ଷରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲେ ସିଦ୍ଧରମୈୟା । ଆଉ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବ କୁମାର । ସେତେବେଳେ ଶିବ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା । ଶିବ କୁମାରଙ୍କ ସମର୍ଥକ ବି ଚାହିଁ ବସିଥିଲେ । ସେମାନେ ଏଥିପାଇଁ ନାନା ହଙ୍ଗାମା ମଧ୍ୟ କରିଥିଲେ । କିନ୍ତୁ କଂଗ୍ରେସ ହାଇକମାଣ୍ଡ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ ।
ତାପରେ ଚର୍ଚ୍ଚା ହୋଇଥିଲା, ପ୍ରଥମ ଅଢ଼େଇ ବର୍ଷ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ରହିବେ ତାପରେ ଶିବକୁମାର CM ଗାଦିରେ ବସିବେ । ତେଣୁ ଏହି କ୍ରମରେ ଏବେ ସିଦ୍ଧରମୈୟାଙ୍କ ଅଢ଼େଇ ବର୍ଷ ସରୁଛି । ଯେଉଁଥିପାଇଁ କର୍ଣ୍ଣାଟକରେ କଂଗ୍ରେସରେ ହଠାତ୍ କନ୍ଦଳ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଗୋଷ୍ଠୀର ବିଧାୟକମାନେ ଦିଲ୍ଲୀରେ ଡେରା ପକାଇଛନ୍ତି। କର୍ଣ୍ଣାଟକରେ ସିଦ୍ଦରମୈୟା ସରକାରକୁ ଗତକାଲି ଅଢ଼େଇ ବର୍ଷ ପୂରଣ ହୋଇଥିବାରୁ ପୂର୍ବ ନିଷ୍ପତ୍ତି ମୁତାବକ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସେମାନେ ଦଳର ହାଇକମାଣ୍ଡଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି।

Related Topics
Explore more stories