|
logo
Live
Argus News App
GET APP

Argus News - ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବା ନେଇ ୟୁ-ଟର୍ଣ୍ଣ ମାରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

Odisha

Bhakta U turn / ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବା ନେଇ ୟୁ-ଟର୍ଣ୍ଣ ମାରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

Bikash Mohanty
Browse all articles by Bikash Mohanty
·1 month ago·2 min read
ରାଜ୍ୟସଭା ନିର୍ବାଚନରେ  କଂଗ୍ରେସ ପ୍ରାର୍ଥୀ ଦେବା ନେଇ ୟୁ-ଟର୍ଣ୍ଣ ମାରିଲେ ପିସିସି ସଭାପତି  ଭକ୍ତ ଚରଣ ଦାସ
Bhakta Das

Key Points

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ୟୁ-ଟର୍ଣ୍ଣ 
ରାଜ୍ୟସଭାରେ କଂଗ୍ରେସ ପ୍ରାର୍ଥୀ ଦେବା ନେଇ ୟୁ-ଟର୍ଣ୍ଣ 
ଆଜି କହିଲେ  ସମୟ ଆସିଲେ ଜଣାପଡ଼ିବ 
ପୁର୍ବରୁ କହିଥିଲେ କଂଗ୍ରେସ ପ୍ରାର୍ଥି ଦେବ
ରାଜ୍ୟସଭାରେ କଂଗ୍ରେସ ପ୍ରାର୍ଥୀ ଦେବା ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆଜି ରାଜ୍ୟସଭା ପ୍ରାର୍ଥୀ ଦେବା ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ଭକ୍ତ ଚରଣ ଦାସ । କହିଛନ୍ତି ସମୟ ଆସିଲେ ଜଣାପଡ଼ିବ । ସଂଖ୍ୟା କହିବ । ଏହାପୂର୍ବରୁ ସଂଖ୍ୟା ନଥାଇ ମଧ୍ୟ ପାର୍ଥୀ ଦେବାର ଦମ୍ଭ ଦେଖାଇଥିଲେ ପିସିସି ସଭାପତି । କହିଥିଲେ ରାଜ୍ୟ ବୃହତ ସ୍ବାର୍ଥ ପାଇଁ ନବୀନଙ୍କ ସହ ଖୁବଶୀଘ୍ର ଭେଟଘାଟ ହେବ । ବିଜେଡି ଓ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଦେଉଛି ।

ଆସନ୍ତା  ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ | ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ | ଓଡ଼ିଶାର ୪ ଆସନ ପାଇଁ ହେବ ଭୋଟ୍ | ଏପ୍ରିଲ ୨ରେ ସରୁଛି ଓଡ଼ିଶାର ୪ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୁନ୍ନା ଖାଁ, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ । ତେବେ ନିର୍ବାଚନ ଘୋଷଣା ପରେ କେଉଁ ଦଳରୁ କିଏ ଯିବେ ରାଜ୍ୟସଭା ଏବଂ ଚତୁର୍ଥ ଆସନ ପାଇଁ କିଏ ଦେବେ ପ୍ରାର୍ଥୀ ତାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ | ମାର୍ଚ୍ଚ ୧୬ରେ ହେବ ରାଜ୍ୟସଭା ନିର୍ବାଚନ | ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଓଡ଼ିଶାର ୪ ଆସନ ପାଇଁ ହେବ ଭୋଟ୍ | ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ । ୬ ତାରିଖରେ ନାମାଙ୍କନ ଯାଞ୍ଚ | ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ।  ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ ଓ ଅପରାହ୍ଣରେ ହେବ ଭୋଟ୍ ଗଣତି | ଗୋଟିଏ ରାଜ୍ୟସଭା ସିଟ ପାଇଁ ୩୦ ବିଧାନସଭା ଆସନ ଆବଶ୍ୟକ ।

ବର୍ତ୍ତମାନ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୯ । ବିଜେପି ସମର୍ଥନରେ ଅଛନ୍ତି ୩ ସ୍ବାଧୀନ ବିଧାୟକ । ସମସ୍ତଙ୍କୁ ମିଶାଇଲେ ବିଜେପି ପାଖରେ ସଂଖ୍ୟା ୮୨ ରହିଛି | ଜଣେ ରାଜ୍ୟସଭା ସାଂସଦ ପ୍ରାର୍ଥୀଙ୍କ ଲାଗି ୩୦ ବିଧାୟକଙ୍କ ସମର୍ଥନ ଦରକାର ପଡ଼ୁଥିବାରୁ ବିଜେପି ୨ଜଣ ପ୍ରାର୍ଥୀ ଦେବା ଏକ ପ୍ରକାର ନିଶ୍ଚିତ । ଦୁଇ ପ୍ରାର୍ଥୀ ଦେବା ପରେ ବିଜେପିର ଆହୁରି ୨୨ ବିଧାୟକ ସିଟ ବଳକା ପଡ଼ିବ | ସେପଟେ ବିଜେଡିର ୨ ବିଧାୟକଙ୍କ ନିଲମ୍ବନ ପରେ ବିଜେଡି ବିଧାୟକଙ୍କ ସଂଖ୍ୟା ଏବେ ୪୮ | ବିଜେଡି ଜଣେ ପ୍ରାର୍ଥୀ ଦେବା ପରେ ଦଳର ଆଉ ୧୭ ବିଧାୟକ ବଳକା ରହିବେ | କଂଗ୍ରେସର ୧୪ ଆସନ ଏବଂ ଗୋଟେ CPIM ସଦସ୍ୟ ମିଶାଇ ୧୫ ଜଣ ସଦସ୍ୟ ଥିବାରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବାକୁ ଦଳର ପାଖରେ ନାହିଁ ଆବଶ୍ୟକ ସମର୍ଥନ।

ରାଜ୍ୟସଭା ବିଗୁଲ ବାଜିବା ପରେ ବିଜେଡିରେ ଦେଖାଦେଇଛି ଅସନ୍ତୋଷ। ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ଚାଲିଛି ବାକଯୁଦ୍ଧ। ବିଜେଡିରୁ ଚର୍ଚ୍ଚା ଭିତରେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର, ବରିଷ୍ଠ ଉପ ସଭାପତି ଦେବୀ ମିଶ୍ର, ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି | ରାଜ୍ୟସଭା ୪ ସିଟ ଭିତରୁ ବିଜେପି ହାତକୁ ଯିବ ଦୁଇଟି ସିଟ, ବିଜେଡିକୁ ଗୋଟିଏ | କିନ୍ତୁ ଚତୁର୍ଥ ଆସନ ପାଇଁ କିଏ ପ୍ରାର୍ଥୀ ହେବେ ତାହା ଉପରେ ସମସ୍ତଙ୍କ ନଜର।

ପଢନ୍ତୁ ଏହି ଖବର: ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ୩ ଆସନ ଦଖଲ ନେଇ ବିଜେପିର ଦମ୍ଭୋକ୍ତି
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhakta U turn: ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବା ନେଇ ୟୁ-ଟର୍ଣ୍ଣ ମାରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ | Argus News