ପ୍ରଧାନମନ୍ତ୍ରୀଙ୍କ ସନ୍ଦେହ, ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ ଷଡଯନ୍ତ୍ର

ଅର୍ଗସ ବ୍ୟୁରୋ: ନବୀନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବାରିପଦା ଜନସଭାରେ ମୋଦିଙ୍କ ସନ୍ଦେହ ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ । ମୋଦି କହିଛନ୍ତି ହଠାତ୍ କେମିତି ନବୀନଙ୍କ ଦେହ ଏତେ ଖରାପ ହୋଇଗଲା। ନବୀନଙ୍କ ଅସୁସ୍ଥତା ପଛରେ ଷଡଯନ୍ତ୍ର ରହିଛି ବୋଲି ସନ୍ଦେହ ପ୍କକଟ କରିଛନ୍ତି ମୋଦି । ଏହା ପଛରେ ସେ ଲବିର ହାତ ନାହିଁ ତ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ 10 ଜୁନ ପରେ ଓଡ଼ିଶାର ବିଜେପି ସରକାର ସ୍ବତନ୍ତ୍ର କମିଟି ଗଠନ କରି ନବୀନଙ୍କ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରାଇବ ବୋଲି କହିଛନ୍ତି ମୋଦି ।
ନବୀନଙ୍କ ଅସୁସ୍ଥତା ପଛରେ କିଏ ସେ ଖଳନାୟକ, କ୍ଷମତାକୁ ଉପଭୋଗ କରୁଥିବା ଏ ଲବିରେ କିଏ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନବୀନଙ୍କ ଅସହାୟତାର ସୁଯୋଗ ନେଇ ଷଡଯନ୍ତ୍ର କରିଛନ୍ତି କି 5 ତାମିଲ୍। ପୂର୍ବରୁ ବିରୋଧୀ ଅଭିଯୋଗ କରିଛନ୍ତି ଭି.କେ ପାଣ୍ଡିଆନ୍, ପ୍ରଭାକରନ୍, ଭିନିଲ କ୍ରିଷ୍ଣା, ଜି ମାଥିଭାତନମ୍, ଆର.ବାଲକ୍ରିଷ୍ଣନଙ୍କ ହାତରେ ଏବେ ଶାସନ ଡୋରି, ବିଜେଡି ବି ଚଳାଉଛନ୍ତି ଏଇ 5 । ଓଡ଼ିଶା ସଂପତ୍ତି ଲୁଟର ହୋଇଛି ବଡ଼ ଷଡଯନ୍ତ୍ର। ତାମିଲନାଡୁର ଶଶୀକଳା ସିଣ୍ଟ୍ରୋମ ଓଡ଼ିଶାରେ କି, ସେହିଭଳି ଗତକାଲି ନବୀନଙ୍କ ଡିଜିଟାଲ୍ ସିଗନେଚରକୁ ନେଇ ପ୍ରଶ୍ନ ଉଠାଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସ୍ୱାସ୍ଥ୍ୟବସ୍ଥା ନେଇ ରାଜ୍ୟବାସୀଙ୍କ ମନରେ ବି ସନ୍ଦେହ ସୃଷ୍ଟି ହୋଇଛି। ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ସନ୍ଦେହକୁ ବଢାଇ ଦେଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: