Ashutosh Burn Case / କନଷ୍ଟେବଲଙ୍କ ନିଆଁରେ ପୋଡ଼ି ଗୁରୁତର ହେବା ଘଟଣାରେ ନୂଆମୋଡ଼, ନିଜେ କନଷ୍ଟେବଲ ଆଶୁତୋଷଙ୍କ ସାଙ୍ଘାତିକ ବୟାନ, ସ୍ତ୍ରୀ ଏବଂ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି
·1 hour ago·2 min read

Key Points
ଆତ୍ମାହୁତି ନୁହେଁ ହତ୍ୟା ଉଦ୍ୟମ !
ବ୍ରହ୍ମପୁର OMVD କନଷ୍ଟେବଲ ନିଆଁରେ ପୋଡ଼ି ଗୁରୁତର ହେବା ଘଟଣା
ସ୍ତ୍ରୀ ଏବଂ ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସୂଚନା
ନିଜେ କନଷ୍ଟେବଲ ଆଶୁତୋଷ ମୃଦାଙ୍ଗିଆ ବୟାନ ଦେଇଥିବା ସୂଚନା

ବ୍ରହ୍ମପୁର୦୭/୦୬: ବ୍ରହ୍ମପୁର OMVD କନଷ୍ଟେବଲ ନିଆଁରେ ପୋଡ଼ି ଗୁରୁତର ହେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅନ୍ୟକେହି ନୁହେଁ ଖୋଦ ତାଙ୍କ ସ୍ତ୍ରୀ ଏବଂ ଶାଳକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା କହିଛନ୍ତି କନଷ୍ଟେବଲ ଆଶୁତୋଷ ମୃଦାଙ୍ଗିଆ।
ଆଶୁତୋଷଙ୍କ ପତ୍ନୀ ଓ ଶଳା ତାଙ୍କୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଆଶୁତୋଷ । ପୁର୍ବରୁ ଆଶୁତୋଷଙ୍କ ଭଉଣୀ ନିବେଦିତାଙ୍କ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଟାଉନ୍ ଥାନା ପୁଲିସ କେସ୍ ନଂ ୨୪୭|୨୬ରେ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ କରାଯାଉଛି ବୋଲି ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
ଗତକାଲି ଗୁରୁତର ଅବସ୍ଥାରେ ଆଶୁତୋଷଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରୀ ଦଳ ତାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ । ତାଙ୍କ ଶରୀରର ୭୫ ଭାଗ ପୋଡ଼ି ଯାଇଥିବା ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ସୁଦୀପା ଦାଶ କହିଛନ୍ତି। ଗତକାଲି ରାତିରେ ବ୍ରହ୍ମପୁର ଏସ୍ପି ଏମକେସିଜି ଯାଇ ଆହତଙ୍କୁ ଭେଟିଥିବା ବେଳେ ପୁଲିସ ଘଟଣାର ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିଛନ୍ତି।
ପଢନ୍ତୁ ଏହି ଖବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା,'ଅର୍ଗସ୍'ରେ ବଡ଼ ଖୁଲାସା କଲେ ଚନ୍ଦ୍ରିକାଙ୍କ ମା', କଳାରୁ ଗୋରା ହେବା ପାଇଁ ଇଞ୍ଜେକସନ୍ ନେଉଥିଲା ଝିଅ
ସୂଚନା ଅନୁଯାୟୀ, ଆଶୁତୋଷ ଓଏମ୍ଭିଡିରେ କନେଷ୍ଟବଳ ଥିବା ବେଳେ ତାଙ୍କ ପତ୍ନୀ ବି ଜଣେ କନେଷ୍ଟବଳା ଏ ଘଟଣାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗୁରୁତର ଆଶୁତୋଷଙ୍କ ମାଆ ଏମ୍କେସିଜିରେ ପହଞ୍ଚି ପୁଅକୁ ତା’ ପତ୍ନୀ ଓ ସମ୍ପର୍କୀୟ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି।
ଆଶୁତୋଷ ୨୦୨୫ ଫେବ୍ରୁଆରିରେ ସନ୍ଧ୍ୟା ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିଜିପୁର ପୁଲିସ କ୍ବାର୍ଟର୍ସରେ ସେମାନେ ରହୁଥିଲେ | ଯୌତୁକ ନିର୍ଯାତନା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ମହିଳା ଥାନା ପୁଲିସ କେସ୍ ନଂ ୪୯/୨୬ ରେ ପୂର୍ବରୁ ଆଶୁତୋଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ସେ ଜାମିନରେ ମୁକୁଳିଥିଲେ। ଗତକାଲି ଆଶୁତୋଷ କନେଷ୍ଟବଳ ସନ୍ଧ୍ୟା ନାୟକଙ୍କ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରୁ ଆଶୁତୋଷ ହୁତୁହୁତ୍ ଜଳି ଦୌଡ଼ୁଥିବା ଦେଖିବା ପରେ ଗୁରୁତର ଅବସ୍ଥାରେ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା ବର୍ତ୍ତମାନ ସେ ଏମ୍କେସିଜିର ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories