Medical Student Death Mystery / ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା,'ଅର୍ଗସ୍'ରେ ବଡ଼ ଖୁଲାସା କଲେ ଚନ୍ଦ୍ରିକାଙ୍କ ମା', କଳାରୁ ଗୋରା ହେବା ପାଇଁ ଇଞ୍ଜେକସନ୍ ନେଉଥିଲା ଝିଅ
·3 months ago·3 min read

Key Points
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା
ଅର୍ଗସ୍'ରେ ବଡ଼ ଖୁଲାସା କଲେ ଚନ୍ଦ୍ରିକାଙ୍କ ମା' ହୀରାମଣି
ସେ ପୁଅ ମୋ ଝିଅ ସୁନ୍ଦରୀ ଆଉ ସଫା ନୁହେଁ ବୋଲି କହୁଥିଲା
ମୋ ଝିଅ। କଳାରୁ ଗୋରା ହେବା ପାଇଁ ଇଞ୍ଜେକସନ୍ ନେଉଥିଲା
ସେ ପୁଅ ଓ ତା'ର ବାନ୍ଧବୀ ମୋ ଝିଅକୁ ହତ୍ୟା କରିଛନ୍ତି

ଉଦଳା,୦୭/୦୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଅର୍ଗସ୍'ରେ ବଡ଼ ଖୁଲାସା କଲେ ଚନ୍ଦ୍ରିକାଙ୍କ ମା' ହୀରାମଣି ହାଁସଦା। ସେ ପୁଅ ମୋ ଝିଅ ସୁନ୍ଦରୀ ଆଉ ସଫା ନୁହେଁ ବୋଲି କହୁଥିଲା। ପୁରୁଷ ବନ୍ଧୁଙ୍କ ପାଇଁ ୭ଟି ଇଞ୍ଜେକସନ୍ ନେଇଥିଲା ମୋ ଝିଅ। କଳାରୁ ଗୋରା ହେବା ପାଇଁ ଇଞ୍ଜେକସନ୍ ନେଉଥିଲା ଝିଅ। ସେ ପୁଅକୁ ଖାଲି ସୁନ୍ଦରୀ ଝିଅ ଦରକାର। ଯେତେବେଳେ ସେ ପୁଅ ଜୀବନରେ ଆଉ ଜଣେ ଝିଅ ଆସିଲା, ସେ ପୁଅ ଭେଦଭାବ ଦେଖିଲା। ମୁଁ ୨ ଜଣଙ୍କ ନାଁରେ ଥାନାରେ ଏତଲା ଦେଇଛି। ସେ ପୁଅ ଓ ତା'ର ବାନ୍ଧବୀଙ୍କ ନାଁରେ ଏତଲା ଦେଇଛି। ସେହି ୨ ଜଣ ମିଶି ହିଁ ମୋ ଝିଅକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ମୃତ ଚନ୍ଦ୍ରିକାଙ୍କ ମା' ।
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ଏବେ ଏକ ନୂଆ ତଥା ବିବାଦୀୟ ମୋଡ଼ ଆସିଛି। ଚନ୍ଦ୍ରିକାଙ୍କ ମୃତ୍ୟୁ ପଛର ରହସ୍ୟକୁ ନେଇ ସନ୍ଦେହ ଘନୀଭୂତ ହେଉଥିବା ବେଳେ, ଏବେ ତାଙ୍କ ପିଉସୀ ଝିଅ ଭଉଣୀ ରଶ୍ମିତା ଗଣମାଧ୍ୟମ ସାମ୍ନାରେ ଏକ ସାଙ୍ଘାତିକ ସତ୍ୟ ପ୍ରକାଶ କରିଛନ୍ତି। ଏହି ବୟାନ ପରେ ଚନ୍ଦ୍ରିକାଙ୍କ ମୃତ୍ୟୁ ଏକ ସାଧାରଣ ଘଟଣା ନା ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚନ୍ଦ୍ରିକାଙ୍କ ଭଉଣୀ ରଶ୍ମିତାଙ୍କ କହିବା ଅନୁଯାୟୀ, ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ କିଛି ଦିନ ହେବ ମନୋମାଳିନ୍ୟ ଚାଲିଥିଲା। ଏହି ତିକ୍ତତା ପରେ ଚନ୍ଦ୍ରିକା ନିୟମିତ ଭାବେ ଏକ ଡାଏରୀ ଲେଖିବା ଆରମ୍ଭ କରିଥିଲେ। ସେହି ଡାଏରୀରେ ଚନ୍ଦ୍ରିକା ନିଜ ମନର ସବୁ କଥା ଓ ଘଟଣାବଳୀ ଲେଖୁଥିଲେ। ରଶ୍ମିତା ଅନେକ ଥର ସେହି ଡାଏରୀଟିକୁ ଦେଖିବା ପାଇଁ ମାଗିଥିଲେ ସୁଦ୍ଧା ଚନ୍ଦ୍ରିକା ତାହା ଦେଇ ନଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ଚନ୍ଦ୍ରିକା ଯେତେବେଳେ ଭୁବନେଶ୍ୱର ଆସିଥିଲେ, ସେତେବେଳେ ମଧ୍ୟ ସେ ସେହି ଡାଏରୀରେ ସବୁ କିଛି ଲେଖୁଥିବା କଥା ରଶ୍ମିତାଙ୍କୁ କହିଥିଲେ।
ପଢନ୍ତୁ ଏହି ଖବର: ତ୍ରିକୋଣୀୟ ପ୍ରେମରୁ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ! OAS ପୁରୁଷ ବନ୍ଧୁ ଓ ଯୁବତୀଙ୍କ ବିରୋଧରେ ଏତଲା
ଏପରିକି ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ଚନ୍ଦ୍ରିକା ସେହି ଡାଏରୀ ନେଇ ଲେଖିଥିବା କହିଛନ୍ତି ତାଙ୍କ ଭଉଣୀ। ହେଲେ ସେହି ଡାଏରୀ ତାଙ୍କ ଘରେ ନାହିଁ କିମ୍ବା ପୋଲିସ ଜବତ କରିଥିବା ତାଙ୍କ ବ୍ୟାଗରେ ନାହିଁ। ଯାହା ରଶ୍ମିତା ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଘଟଣା ଘଟିବା ପରେ ଭଉଣୀର ଫୋଟକୁ ତାଙ୍କ ପୁରୁଷ ବନ୍ଧୁଙ୍କୁ ପଠାଇ କଟକ ଡାକିଥିଲେ ରଶ୍ମିତା। କିନ୍ତୁ ମେସେଜ ଦେଖିଥିଲେ ସୁଦ୍ଧା କୌଣସି ରିପ୍ଲାଇ ଦେଇ ନାହାନ୍ତି ବରଂ ଚନ୍ଦ୍ରିକା ଏବଂ ସମ୍ପର୍କୀୟ ଙ୍କୁ ନିଜ ସୋସିଆଲ ହ୍ୟାଣ୍ଡେଲରୁ ଅନଫୋଲୋ କରି ଦେଇଛନ୍ତି ବୋଲି ଚନ୍ଦ୍ରିକାଙ୍କ ଭଉଣୀ ରଶ୍ମିତା କହିଛନ୍ତି।
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା । ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଉଦଳା ବିଧାୟକ ଭାସ୍କର ମଢେଇ। ମୃତକଙ୍କ ମା ଏବଂ ବାପାଙ୍କ ସହିତ ଆଲୋଚନା କରିବା ସହିତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କ ସହିତ ଆଲୋଚନା କରି ତଦନ୍ତ କିପରି ଶୀଘ୍ର କରାଯାଇ ଦୋଷୀକୁ ଚିହ୍ନଟ କରାଯିବ ଏବଂ ସନ୍ଦେହ ଘେରକୁ ଆସିଥିବା ପୁରୁଷ ବନ୍ଧୁଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ସେ ଦିଗରେ ବିଧାୟକ ପଦକ୍ଷେପ ନେବେ ବୋଲି ପରିବାର ସଦସ୍ୟଙ୍କୁ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
OAS ତାଲିମ ନେଉଥିବା ଚନ୍ଦ୍ରିକାଙ୍କ ପ୍ରେମିକ ହଠାତ୍ କେଉଁଆଡ଼େ ପଳାଇଛନ୍ତି। ସେ ଭୁବନେଶ୍ୱରରେ ରହି ଓଏଏସ୍ ତାଲିମ ନେଉଥିଲେ। ମାମଲା ପରେ ବାରଙ୍ଗ ଥାନା ପୋଲିସ ସେହି ତାଲିମ୍ ସେଣ୍ଟରକୁ ଯାଇ ଖୋଜାଖୋଜି କରିଥିଲା। ମାତ୍ର ସେଠାରୁ ପ୍ରେମିକଙ୍କୁ ନପାଇ ଖାଲିହାତରେ ଫେରିଛି। ତାଙ୍କ ଫୋନ୍ ବନ୍ଦ ରହିଛି।
Related Topics
Explore more stories