Videos
|
Odisha

ଦୀର୍ଘଦିନ ପରେ ପେଟ୍ରୋଲ ଦର ଖସିବାକୁ ନେଇ ଖୁସି ପ୍ରକାଶ କଲେ ଖାଉଟି

Smruti Parija
Browse all articles by Smruti Parija
·2 years ago·1 min read
ଦୀର୍ଘଦିନ ପରେ ପେଟ୍ରୋଲ ଦର ଖସିବାକୁ ନେଇ ଖୁସି ପ୍ରକାଶ କଲେ ଖାଉଟି

କଟକ:  ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ କରିଛନ୍ତି । ଯାହାକି ସାଧାରଣ ମଣିଷର ଯାନବାହନଠୁ ଆରମ୍ଭ କରି ପରିବହନ ବିଭାଗରେ କାର୍ଯ୍ୟରତ ବାହାନ ଉପରେ ସିଧାସଳଖ ପ୍ରଭାବ ପକାଇବ । ଦୀର୍ଘ ଦିନର ବ୍ୟବଧାନରେ ଦର ହ୍ରାସ ହେଉଥିବାରୁ ଗ୍ରାହକମାନେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସାଧାରଣ ଲୋକଙ୍କ କହିବାନୁଯାୟୀ ମଧ୍ୟବିତ୍ତ ପରିବାର ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ , ଦୁଇ ଚକିଆ ଯାନର ଆବଶ୍ୟକତା ରହିଥାଏ ।

ଆଜି ସକାଳୁ ପେଟ୍ରୋଲ ଦରରେ ହ୍ରାସ ଘଟିବା ପରେ ଆମେ ଏହାକୁ ସ୍ୱାଗତ କରୁଛୁ । ଅନ୍ୟପଟେ ବଜାରରେ ବଢୁଥିବା କଞ୍ଚା ସାମଗ୍ରୀର ଦର ବୃଦ୍ଧି , ମୁଖ୍ୟତଃ ତେଲର ବୃଦ୍ଧି ଯୋଗୁ ହୋଇଥାଏ । ଯେତେବେଳେ ଡିଜେଲ ଦରରେ ହ୍ରାସ ଘଟିଛି, ନିଶ୍ଚିତ ଭାବେ ଶୁଖିଲା ସାମଗ୍ରୀ ଦରରେ ହ୍ରାସ କରିବା ନେଇ ଆଶା କରିଛନ୍ତି ଗ୍ରାହକ । 

ଆଜି ସକାଳୁ ସକାଳୁ ନୂତନ ଦର ଲାଗୁ ହେବା ପରେ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଛି । କଟକରେ ଗତକାଲି ଡିଜେଲ ର ଦର ୯୫.୧୦ ପଇସା ଥିବାବେଳେ ଆଜି ୨.୧୩ ପଇସା ହ୍ରାସ ହୋଇ ୯୨.୯୭ ପଇସାରେ ପହଞ୍ଚିଛି । ସେହିଭଳି ପେଟ୍ରୋଲର ଦର ଗତକାଲି ୯୩.୫୪ ପଇସା ଥିବାବେଳେ ଆଜି ୨.୧୩ ପଇସା ହ୍ରାସ ହୋଇ ୯୧.୪୧ ପଇସାରେ ବିକ୍ରି ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

consumer-expressed their happiness over the drop in petrol prices | Argus News