ଦର ଶୁଣି ହାତ ମାରିବାକୁ ଡର

ଅର୍ଗସ ବ୍ୟୁରୋ: ପିଆଜ, ଅଦା ପରେ ଏବେ ରସୁଣ ପାଳି । ୫୦୦ ଟଙ୍କା ଛୁଇଁଲାଣି ରସୁଣ କେଜି । କିଣିବା କଥାତ ଦୂରେ ଥାଉ, ହାତ ମାରିବାକୁ ବି ଡର ଲାଗୁଛି । ଏବେ ଅମଳ ସମୟରେ ଏବେ ଦର ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି ।
ରୋଷେଇରେ ସୁଆଦ ବଢାଉଥିବା ରସୁଣ ଦର ଏବେ ଆକାଶ ଛୁଆଁ । ଭୁବନେଶ୍ବରର ଏକ ନମ୍ବର ହାଟରେ ରସୁଣ ଦର ଶୁଣି ଚିହିଁକି ଉଠୁଛନ୍ତି ଗ୍ରାହକ । ସପ୍ତାହେ ତଳେ କେଜି ୩୦୦ରେ ବିକ୍ରି ହେଉଥିବା ରସୁଣ ଏବେ ୫୦୦ ଟଙ୍କା । ବ୍ୟବସାୟୀଙ୍କ ମତରେ ଗତ 25 ବର୍ଷ ଭିତରେ ଦର କେବେ ଏତେ ହୋଇନଥିଲା ।
ପୂର୍ବରୁ ପିଆଜ କନ୍ଦାଉଥିବା ବେଳେ ଏବେ ରସୁଣ ଦର କନ୍ଦାଉଛି । ଏବେ ରୋଷେଇ ଘରେ ଅଦା ଅଛି, ପିଆଜ ସହ ଅନ୍ୟ ପରିବା ବି ରହିଛି । ହେଲେ ରସୁଣ ଗାଏବ । ରସୁଣର ଏ ଦର ଏବେ ସମସ୍ତଙ୍କ ଚିନ୍ତା ବଢାଇଛି । ଏବେ ଏବେ ବାହାଘର ସିଜିନ ଲାଚୁଥିବା ବେଳେ ରସୁଣ ଦର ଖାଉଟିଙ୍କ ମୁଣ୍ଡ ବିନ୍ଧା ସାଜିଛି ।
📱 Get Argus News App
✨ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ତେବେ କେବେ ଦରରେ ବ୍ରେକ ଲାଗୁଛି ତାହା ଉପରେ ସମସ୍ତଙ୍କର ନଜର ।
ଆହୁରି ପଢନ୍ତୁ ଓଡିଶା ଖବର...