Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଣ କିଣିବା ନେଇ କନଫ୍ୟୁଜନରେ ଗ୍ରାହକ

Odisha

ବାଣ କିଣିବା ନେଇ କନଫ୍ୟୁଜନରେ ଗ୍ରାହକ

Ritu Das
Browse all articles by Ritu Das
·2 years ago·2 min read
ବାଣ କିଣିବା ନେଇ କନଫ୍ୟୁଜନରେ ଗ୍ରାହକ

ଅର୍ଗସ ବ୍ୟୁରୋ: ଦୀପାବଳି ପୂର୍ବରୁ ପ୍ରଦୂଷଣ ଚିନ୍ତା । କଟକଣା ଜାରି କରିବା ସହ ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ସବୁ ରାଜ୍ୟ କୁ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ସର୍ବୋଚ୍ଚ ନ୍ୟାୟଳୟ ଙ୍କ ନିର୍ଦ୍ଦେଶ ପରେ ୧୨୫ ଡେଶିବେଲ ରୁ ଅଧିକ ଶବ୍ଦ ରୁ ବାଣ ନ ଫୁଟିବା ନେଇ କଟକଣା ଲଗାଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ପୂର୍ବରୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରାଯାଇଥିଲେ ମଧ୍ୟ ପୁଣିଥିରେ କଡାକଡି ନିୟମ ପାଳନ ପାଇଁ ଚିଠି କରାଯାଇଥିବା କହିଛନ୍ତି ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ । 

ନିୟମ ମୁତାବକ ବେରିୟମ ଓ ନାଇଟ୍ରେଟ ଥିବା ବାଣ ଉପରେ କଟକଣା ରହିବ । ସକାଳ ୬ ରୁ ରାତି ୧୦ ବାଣ ଫୁଟାଇ ପାରିବେ ସାଧାରଣ ଲୋକ। ଶିକ୍ଷାନୁଷ୍ଠାନ , ସ୍ବାସ୍ଥ୍ୟ କେନ୍ଦ୍ର ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। 
ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍କ୍ବାର୍ଡ ଗଠନ ହେବ ଯାହା ପ୍ରଦୂଷଣର ମାତ୍ରା ଯାଞ୍ଚ କରିବ। ତେବେ ନିର୍ଦ୍ଦେଶନାମା ପାଇବା ପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଛନ୍ତି ପୋଲିସ କମିଶନର । 

ଏହାରି ଭିତରେ ବଜାରକୁ ଆସିଛି ବିଭିନ୍ନ ରକମର ବାଣ । ହେଲେ କେଉଟା ଫୁଟାଇବେ ଓ କେଉଁଟା ଉପରେ କଟକଣା ଲାଗିଛି ତାହାକୁ ନେଇ କନଫ୍ୟୁଜନରେ ଗ୍ରାହକ । ଝୁରିଝୁରି, ଚକ୍ରି, କୁମ୍ପି , ରକେଟ, ଟିକିଲି ବାଣ, କୀଟ କାଟ, ଦିଆସିଲି ବାଣ ରସୁଣ ବାଣ ଭଳି କମ୍ପାନୀ ତିଆରି ଗ୍ରୀନ କ୍ରାକରକୁ ବିକ୍ରି ପାଇଁ ଅନୁମତି ମିଳିଛି । 
ସେହିପରି  ଦେଶୀ ବାଣ ଯେପରି ଟାଇଗର ବମ , ସୁତୁଲି ବମ ,ତାଳ ଫୋଟକା ଓ ଅଧିକ ଶବ୍ଦ କରୁଥିବା ବାଣ ଉପରେ କଟକଣା ଲାଗାଯାଇଛି । ତେବେ ନିୟମ ଭାଙ୍ଗୁଥିବା ଦୋକାନୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ପ୍ରଦୂଷଣ କମିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବେଶବିତ। ଦୀପାବଳି ପୂର୍ବରୁ ସବୁ ଜିଲ୍ଲାରେ ଏବେ ପ୍ରଦୁଷଣ ମାତ୍ରା ମପାଯାଉଥିବା ବେଳେ ଦୀପାବଳି ବେଳେ ଓ ଦୀପାବଳୀ ପରେ ମଧ୍ୟ ପ୍ରଦୂଷଣ ମପାଯିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Raja Festival
Sponsored
Consumers | Argus News