Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିବାଦର ଅନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିବାଦର ଅନ୍ତ

Key Points

  • ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିବାଦର ଅନ୍ତ
  • ରାଜ୍ୟ ସରକାରଙ୍କୁ ପୀଡ଼ିତାଙ୍କ ପରିବାରର ଧନ୍ୟବାଦ
  • ହରତାଳ ପ୍ରତ୍ୟାହାର କଲା ବିଜେଡି
  • ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଓ କମିଶନଙ୍କ ରିପୋର୍ଟକୁ ଅପେକ୍ଷା
  • ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ଦୃଢୋକ୍ତି

ଅର୍ଗସ ବ୍ୟୁରୋ:   ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆଗେଇବା ନେଇ ବିଜ୍ଞପ୍ତିରେ କୁହାଯାଇଛି ।

ଘଟଣା କ୍ରମ କ’ଣ ଥିଲା, କେଉଁ ପରିସ୍ଥିତିରେ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଓ ମାଡ଼ମରା ଭଳି ଘଟଣା ଘଟିଲା? ଏହି ଘଟଣାରେ ତଦନ୍ତ କରାଯିବ। ସେହିପରି ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବା ରୋଡ୍ ରୋମିଓଙ୍କ ଅସଦାଚରଣ ଘଟଣାରେ ବି ତଦନ୍ତ କରାଯିବ। ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍ କରାଯାଇଛି।

କାହାର ରହିଛି ଭୂମିକା ଓ ଏଥିପାଇଁ କିଏ ଉତ୍ତରଦାୟୀ । ଏହି ଘଟଣାରେ କାହାର ଭୂମିକା ରହିଛି ଓ ଏଥିପାଇଁ କିଏ ଉତ୍ତରଦାୟୀ ? ଏଥିପାଇଁ ସଂପୃକ୍ତ ବ୍ୟକ୍ତି, ଗୋଷ୍ଠୀ ଏବଂ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତକୁ ନିଆଯିବ ।

ଅନ୍ୟ କିଛି ଘଟଣା ସହ ଲିଙ୍କ୍ ଅଛି କି ନାହିଁ । ଅନ୍ୟ କିଛି ଘଟଣା ସହ ଭରତପୁର ଥାନା ଘଟଣାର ଲିଙ୍କ୍ ଅଛି କି? ତାହାର ମଧ୍ୟ ତଦନ୍ତ କରାଯିବ। ଯଦି ଏହି ଘଟଣା ସହ ଆଉ କିଛି ଜଡ଼ିତ ଥାଏ, ତାହାହେଲେ କମିଶନ ଏହାର ତଦନ୍ତ କରିପାରିବେ। ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନ ହେବ ସେନେଇ  ପରାମର୍ଶ ଦିଆଯିବା ସହ  ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ମଧ୍ୟ ପରାମର୍ଶ ଦିଆଯାଇଛି । କମିଶନଙ୍କ ମୁଖ୍ୟାଳୟ ଭୁବନେଶ୍ୱରରେ ରହିବାକୁ ବିଜ୍ଞପ୍ତି ପାଇଛି । ଯଦି କମିଶନ ଆବଶ୍ୟକ ମଣିବେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ ବୋଲି କୁହାଯାଇଛି। ବିଜ୍ଞପ୍ତି ପ୍ରକାଶର ୬୦ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭରତପୁର ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିବା ଯୁବତୀ ତାଙ୍କ ବାପା ଓ ମେଜର ଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଉପସ୍ଥିତି ରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପ୍ରତିନିଧି ମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସହ ଆଲୋଚନା କରିଥିଲେ । ପିଡିତା ପ୍ରତିକ୍ରିୟା ରଖି କହିଛନ୍ତି ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅନୁରୋଧ କରାଯାଇଥିଲା, ତାକୁ ସରକାର ରଖିଛନ୍ତି। ତେଣୁ ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କରିଥିବା ପଡିତା କହିବା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୀଡ଼ିତାଙ୍କ ବାପା ବି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ସେ କହିଛନ୍ତି, ଆମ ଅନୁରୋଧ ରଖି ସାକ୍ଷାତ କରିବାକୁ ସମୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଉଛୁ ।

ବିଜେଡି ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ତାହାକୁ ପ୍ରତ୍ୟାହାର କରିନେଇଛି ଦଳ । ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ଦଳ ନିଜ ହରତାଳ ଡାକରା ପ୍ରତ୍ୟାହାର କରି ନେଇଥିବା କହିଛନ୍ତି ଦଳର ସମନ୍ୱୟ କମିଟିର ଅଧକ୍ଷ ଦେବୀ ମିଶ୍ର ।

କିଛି ଦିନ ଧରି ଲାଗି ରହିଥିବା ବିବାଦ ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି । ତ୍ୱରିତ୍ୱ ନ୍ୟାୟ ଦେବା ପାଇଁ ସରକାର ଦୃଢ଼ ପ୍ରତିଶ୍ରୁତି ଦେବା ପରେ ପିଡ଼ିତା ଙ୍କ ପରିବାର ବି ଖୁସି । ଆଉ ଏ ସବୁ ଭିତରେ ଘଟଣାରୁ ରାଜନୈତିକ ରୁଟି ସେକୁଥିବା ବିରୋଧୀଙ୍କ ଅକଲ ଗୁଡୁମ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Controversy ends after Chief Minister's intervention | Argus News