ସମ୍ବଲପୁର ହାରିବା ଜାଣି ସ୍ଥିତି ବଞ୍ଚାଇବାକୁ ମାଙ୍କୁ ଟିକେଟ୍ ଦେଲେ କି ବବି ?

ଭୁବନେଶ୍ୱର: ଅନ୍ତିମ ପର୍ଯ୍ୟାୟ ତାଲିକାକୁ ନେଇ ବିଜେଡିରେ ବଢିଲା ବିବାଦ । ଖଣ୍ଡପଡା ଓ ନୀଳଗିରିରେ ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ବିଦ୍ରୋହ, ଦଳ ଛାଡିଲେ ନେତା । ଦେବଗଡରେ ରାଣିଙ୍କ ଉପରେ ହେଲାନି ଭରସା ପ୍ରାର୍ଥୀ ବଦଳାଇ ରୋମାଞ୍ଚଙ୍କୁ ସୁଯୋଗ ଦେଲା ଶାସଦ ଦଳ । ରାଜନୀତି ସମୀକ୍ଷକଙ୍କ ବୟାନ- ସମ୍ବଲପୁର ହାରିବା ଜାଣି ସ୍ଥିତି ବଞ୍ଚାଇବା ଲାଗି ମାଆଙ୍କୁ କୋରେଇ ଟିକେଟ୍ ଦେଲେ ବବି । ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ପ୍ରକାଶ କରିଛି ବିଜେଡି । ନୀଳଗିରିରେ ଆମଦାନୀ ନେତା ସୁକାନ୍ତ ନାୟକଙ୍କୁ ଦଳ ସୁଯୋଗ ଦେଇଥିବା ବେଳେ ଖଣ୍ଡପଡାରେ ସାବିତ୍ରୀ ପ୍ରଧାନଙ୍କୁ ମିଳିଛି ଟିକେଟ୍ । ଦେବଗଡରେ କ୍ୟାଣ୍ଡେଡ୍ ଥିବା ରାଣୀ ଅରୁନ୍ଧତି ଦେବୀଙ୍କୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛି ଦଳ । ଏ ସବୁ ଭିତରେ କୋରେଇ ଆସନର ପ୍ରାର୍ଥୀଙ୍କୁ ନେଇ ଭିତରେ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚା । କାରଣ କୋରେଇରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ସ୍ବର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସ ଙ୍କୁ କ୍ୟାଣ୍ଡେଟ୍ କରିଛି ଦଳ । କୋରେଇ ଆସନକୁ ନେଇ ବେଶ୍ କିଛି ଦିନ ହେବ ବବି-ଡ୍ୟାନି ଙ୍କ ମଧ୍ୟରେ ଲାଗି ରହିଥିଲା ଛକାପଞ୍ଝା । ଏପରିକି ଡ୍ୟାନି ଘଡେଇ ବା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ନିଜ ସ୍ତ୍ରୀ ତଥା ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଙ୍କୁ କୋରେଇରେ ବୁଲାଇବା ସହିତ ଟିକେଟ୍ ଲବି ଚଲାଇଥିଲେ । କିନ୍ତୁ ସମ୍ବଲପୁର ହାରିବା ସୁନିଶ୍ଚିତ ଜାଣି ସ୍ଥିତି ବଞ୍ଚାଇବାକୁ ମାଙ୍କୁ କୋରେଇ ଟିକେଟ୍ ବବି ଦେଇଥିବା ରାଜନୈତିକ ସମୀକ୍ଷକ ମାନେ ପ୍ରକାଶ କରିଛନ୍ତି ।
ସେପଟେ ସାଙ୍ଗଠନିକ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସ ତଥା ବବିଙ୍କ ମାଙ୍କୁ ଟିକେଟ୍ ମିଳିବା ପରେ ଦଳର ଗୋଟିଏ ପରିବାର ଗୋଟିଏ ଟିକେଟ୍ ନୀତି କୂଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । କାରଣ ଖୋଦ୍ ଦଳର କିଛି କୁହାଳିଆ ମୁଖପାତ୍ର ଏବଂ ଆଗ ଧାଡିର ବିଧାୟକ ଅରିନ୍ଦମ ରାୟ ଦଳ ଛାଡିବା ବେଳେ ବବିଙ୍କ ଗୁଣଗାନ କରି ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଥିଲେ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଥିଲା କି ବବି ଚାହିଁଥିଲେ ନିଜ ଭିଣେଇ ଅରିନ୍ଦମକୁ ଟିକେଟ୍ ଦେଇ ପାରିଥାନ୍ତେ କିନ୍ତୁ ଗୋଟିଏ ପରିବାର ଗୋଟିଏ ଟିକେଟ୍ ନୀତିରେ ଅରିନ୍ଦମଙ୍କ କଥା ଶୁଣିନଥିଲେ । କିନ୍ତୁ ବର୍ତ୍ତମାନ ବବିଙ୍କ ମା ଙ୍କୁ ଟିକେଟ୍ ମିଳିବା ପରେ ସବୁ ଆଡେ ସେଇ ଗୋଟିଏ ପ୍ରଶ୍ନ କୁଆଡେ ଗଲା ବିଜେଡିର ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ ନୀତି ।
କେବଳ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ ନୁହେଁ ବରଂ ସୁଦାମ ମାର୍ଣ୍ଡି ଓ ତାଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡି, ସୁଧୀର ସାମଲ ଓ ତାଙ୍କ ପୁତୁରା ଅବିନାଶ ସାମଲ, ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପୁତୁରା ଦେବେଶ ଆଚାର୍ଯ୍ୟଙ୍କୁ ମଧ୍ୟ ଟିକେଟ୍ ଦେଇଛି ଦଳ । ଅନ୍ତିମ ପର୍ଯ୍ୟାୟ ତାଲିକା ଘୋଷଣା ହେବା ପରେ ବିଜେଡିରେ ବଢିଛି ବିବାଦ । ଖଣ୍ଡପଡାରେ ଟିକେଟ୍ ଆଶାୟୀ ଥିବା ଅନୁଭବ ପଟ୍ଟନାୟକଙ୍କୁ ଦଳ କ୍ୟାଣ୍ଡେଟ୍ ନ କରି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ଦଳ ଛାଡିଛନ୍ତି ଅନୁଭବ । ଏପରିକି ତାଙ୍କୁ ବ୍ୟବହାର କରି ନଜ ସ୍ବାର୍ଥ ସାଧନ କରିବା ପରେ ବିଜେଡି ଜଣେ ଅପରାଧୀକ ପରିବାରକୁ ଟିକେଟ୍ ଦେଇଥିବା ଲେଖିଛନ୍ତି ଅନୁଭବ । ସେହିପରି ନୀଳଗିରିରେ ଆମଦାନୀ ନେତା ସୁକାନ୍ତ ନାୟକଙ୍କୁ ଟିକେଟ୍ ମିଳିବା ପରେ 2019 ରେ ଦଳର କ୍ୟାଣ୍ଡେଟ୍ ଥିବା ସନ୍ତୋଷ ଖଟୁଆ ମଧ୍ୟ ଦଳ ଛାଡିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର