Videos
|
Odisha

ପହିଲି କାର୍ତ୍ତିକ ବ୍ରତକୁ ନେଇସୃଷ୍ଟି ହୋଇଛି ଦ୍ୱନ୍ଦ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପହିଲି କାର୍ତ୍ତିକ ବ୍ରତକୁ ନେଇସୃଷ୍ଟି ହୋଇଛି ଦ୍ୱନ୍ଦ

ଅର୍ଗସ ବ୍ୟୁରୋ: ପହିଲି କାର୍ତ୍ତିକ ବ୍ରତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବୀକୃତି ପାଇଥିବା ପଞ୍ଜିକାକୁ ନେଇ ଦ୍ବନ୍ଦ୍ବ । କୁମାର ପୂର୍ଣ୍ଣିମା ଦିନ ନା କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ହବିଷ୍ୟାଳୀମାନେ ବ୍ରତ ଆରମ୍ଭ କରିବେ, ଏହାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ। ଜ୍ୟୋତିର୍ବିଦଙ୍କ ମତରେ ଅକ୍ଟୋବର ୧୬ ଗଜଲକ୍ଷ୍ମୀ ପୂଜା, ଅକ୍ଟୋବର ୧୭ କୁମାର ପୂର୍ଣ୍ଣିମା ଓ ଅକ୍ଟୋବର ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି। ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳୀ ଯୋଜନା ମଧ୍ୟ ଅକ୍ଟୋବର ୧୮ରୁ ଆରମ୍ଭ ହେଉଛି। ସେହିଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ସହ ହବିଷ୍ୟାଳି ମାନଙ୍କୁ ମହାପ୍ରସାଦ ଯୋଗାଇଦିଆଯିବ ବୋଲି କହିଛନ୍ତି ନୀତି ପ୍ରଶାସକ ।

ତେବେ ଶ୍ରୀମନ୍ଦିରରେ ଆଗାମୀ ଗୁରୁବାର ଦିନ କୁମାରପୂର୍ଣ୍ଣିମା ପର୍ବ ଓ ଆସନ୍ତା ଶୁକ୍ରବାର ଅର୍ଥାତ 18 ତାରିଖ ଦିନ କାର୍ତ୍ତିକ ବ୍ରତ ପାଳନ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ନୀତି ପ୍ରଶାସକ।  ବିଭିନ୍ନ ସମୟରେ ପାଞ୍ଜିରେ ଭୁଲ୍ ଭଟକା ଯୋଗୁଁ ସାଧାରଣ ଲୋକ ଦ୍ୱନ୍ଦରେ ରହୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ପାଞ୍ଜି କରିବା ଉପରେ ସାଧାରଣରେ ଦାବି ଓ ଗୁରୁତ୍ୱ  ଦିଆଯାଇଛି  ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Controversy has arisen over kartika brata | Argus News