Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଡିରେ ଛନ୍ଦି ହେବାପରେ ବାପ-ପୁଅଙ୍କ ଭାଗ୍ୟକୁ ନେଇ ଦ୍ବନ୍ଦ୍ବ: ବଦଳିପାରେ ଭଣ୍ଡାରିପୋଖରୀ ସମୀକରଣ

Ritu Das
Browse all articles by Ritu Das
·2 years ago·2 min read
ଇଡିରେ ଛନ୍ଦି ହେବାପରେ ବାପ-ପୁଅଙ୍କ ଭାଗ୍ୟକୁ ନେଇ ଦ୍ବନ୍ଦ୍ବ: ବଦଳିପାରେ ଭଣ୍ଡାରିପୋଖରୀ ସମୀକରଣ

ଅର୍ଗସ ବ୍ୟୁରୋ: ଇଡି ମାମଲାରେ ଛନ୍ଦି ହୋଇଥିବା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି (ଲୁଲୁ)ଙ୍କର ରାଜନୈତିକ ଭବିଷ୍ୟତ କଣ ହେବ? ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ସାମଲ ପରିବାରର ମାଲିକାନା ସ୍ବତ୍ବରେ ଥିବା ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଦୁର୍ନୀତି ଓ ଭୁବନେଶ୍ବରରେ ଜମି ବିବାଦ ବାପପୁଅଙ୍କୁ ଖାଲି ଅଡ଼ୁଆରେ ପକାଇନି, ଉଭୟଙ୍କର ରାଜନୈତିକ ଜୀବନ ଉପରେ ମଧ୍ୟ ଅନେକ ପ୍ରଶ୍ନଚିହ୍ନ ଛିଡ଼ା କରିଛି। 

୪୦ ବର୍ଷରୁ ଊର୍ଦ୍ଧ୍ବ ରାଜନୈତିକ ଜୀବନ ମଧ୍ୟରେ ଭଦ୍ରକ ସଦର ନିର୍ବାଚନମଣ୍ଡଳୀରୁ ୨ଥର ଓ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ହୋଇସାରିଛନ୍ତି ବିଜେଡିର ଏହି ଭେଟେରାନ ନେତା। ତେବେ ବୟସାଧିକ କାରଣରୁ ଆଗାମୀ ନିର୍ବାଚନ ନ ଲଢ଼ିବାକୁ ସେ ଏକପ୍ରକାର ମନସ୍ଥ କରିସାରିଥିବାବେଳେ ତାଙ୍କ ସ୍ଥାନରେ ବଡ଼ପୁଅ ପ୍ରୟାସକାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ଏନେଇ ସେ ପୂର୍ବରୁ ଘୋଷଣା କରିସାରିଥିଲେ ଏବଂ ଦଳର ଶୀର୍ଷ ନେତୃତ୍ବଙ୍କ ପାଖରେ ନିଜ ମନକଥା ମଧ୍ୟ ଜଣାଇଥିଲେ। ତେବେ ଇଡି ମାମଲାରେ ଛନ୍ଦି ହୋଇଯିବାପରେ ଉଭୟଙ୍କର ରାଜନୈତିକ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଥିବା କୁହାଯାଉଛି। ଯୁବନେତା ପାର୍ଥସାରଥୀ ମୁଦୁଲିଙ୍କ ନାଁ ଏହି ଦୌଡ଼ରେ ଆଗରେ ରହିଛି। କିନ୍ତୁ ଏଯାଏ ବିଜେଡିର ଅଙ୍କକଷା ଛିଡ଼ୁନି। 

ସେପଟେ ବିରୋଧୀ କଂଗ୍ରେସ, ବିଜେପି ଏହାକୁ ପ୍ରସଙ୍ଗ କରିଥିବାବେଳେ ନିଜ ଇଞ୍ଜିନିୟରିଂ କଲେଜର କର୍ମଚାରୀ ମଧ୍ୟ ବାପପୁଅଙ୍କ ବିରୋଧରେ ପ୍ରତିବାଦ ଆନ୍ଦୋଳନ ଜାରି ରଖିଛନ୍ତି। ତେଣୁ ବିଜେଡି ଏହି ପ୍ରସଙ୍ଗକୁ କିଭଳି ନେଉଛି ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି। ଏଭଳି ପରିସ୍ଥିତିରେ ପ୍ରଫୁଲ୍ଲ କିମ୍ବା ତାଙ୍କ ପୁଅକୁ ଦଳ ଯଦି ଟିକେଟ ନ ଦିଏ ତେବେ ପରିବାରକୁ କାହାକୁ ଥଇଥାନ କରାଯିବ। ନା ନବାଗତ ଆଶାୟୀ ପ୍ରାର୍ଥୀଙ୍କ ମୁଣ୍ଡରେ ଶିରୋପା ଭିଡ଼ା ହେବ। ତାକୁ ନେଇ ଭଣ୍ଡାରିପୋଖରୀଠାରୁ ଭୁବନେଶ୍ବର ଯାଏ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେମାନଙ୍କ ମଧ୍ୟରେ ବାପା ଏବଂ ପୁଅଙ୍କ ମଧ୍ୟରେ କାହାକୁ ବିଜେଡି ଟିକେଟ ଦେବ ଚର୍ଚ୍ଚା ଚାଲିଥିବାବେଳେ ଧାମନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଯୁବନେତା ପାର୍ଥସାରଥୀ ମୁଦୁଲି, ଅବସରପ୍ରାପ୍ତ ଆଇଏଏସ ତଥା ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ରମେଶ ରାଉତ, ବିଜେଡି ଆଶାୟୀ ପ୍ରାର୍ଥୀ ପ୍ରଣୀତକାନ୍ତ ସାମଲ, ନାରୀନେତ୍ରୀ ସୁଜାତା ଜେନା ଏହି ରେସରେ ଆଗରେ ଅଛନ୍ତି।  ତେବେ କାହାକୁ ମିଳିବି ଭଣ୍ଡାରିପୋଖରୀ ଟିକେଟ ଦେଖିବାକୁ ବାକି ରହିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Sponsored
Controversy over father-son | Argus News