Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶୌଚାଳୟ ଉଦଘାଟନକୁ ନେଇ ବିବାଦ, ସାଂସଦଙ୍କୁ ନ ଡାକିବା ନେଇ ତାତିଲେ ବିଜେପି କର୍ମୀ

Odisha

ଶୌଚାଳୟ ଉଦଘାଟନକୁ ନେଇ ବିବାଦ, ସାଂସଦଙ୍କୁ ନ ଡାକିବା ନେଇ ତାତିଲେ ବିଜେପି କର୍ମୀ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଶୌଚାଳୟ ଉଦଘାଟନକୁ ନେଇ ବିବାଦ, ସାଂସଦଙ୍କୁ ନ ଡାକିବା ନେଇ ତାତିଲେ ବିଜେପି କର୍ମୀ

ଅର୍ଗସ ବ୍ୟୁରୋ :  ଶୌଚାଳୟ ଉଦଘାଟନକୁ ନେଇ ରାଜଧାନୀରେ ଜୋର ଧରିଲା ରାଜନୀତି । ସାଂସଦଙ୍କୁ ନ ଡାକିବା ନେଇ ତାତିଲେ ବିଜେପି କର୍ମୀ । ଉଦଘାଟନ ପରେ ବିଧାୟକଙ୍କ ନାମ ଫଳକରେ ବୋଳିଲେ କାଳି । ତେବେ ଭୁବନେଶ୍ବର 37 ନମ୍ବର ୱାର୍ଡ କସ୍ତୁରବା ସ୍କୁଲ ନିକଟରେରେ ଏକ ଶୌଚାଳୟ ଉଦଘାଟନ କରାଯାଇଥିଲା ।


ଯେଉଁଥିରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ମୁଖ୍ୟ ଅତିଥି ଭାବେ ଡକାଯାଇଥିଲା । ତେବେ ବିଧାୟକ ଓ ମେୟର ଉପସ୍ଥିତ ଥିବା ବେଳେ ସାଂସଦଙ୍କୁ କାହିଁକି ଡକାଯାଇ ନାହିଁ ବୋଲି ବିରୋଧ କରିଛନ୍ତି ସ୍ଥାନୀୟ ଯୁବକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Controversy over the opening of the toilet, BJP workers protested for not calling the MP | Argus News