ମେଘନାଦ ପାଚେରୀରେ ଫାଟକୁ ନେଇ ବଢ଼ିଲା ବିବାଦ

Key Points
- ଶ୍ରୀ ମନ୍ଦିରର ସୁରକ୍ଷା କବଚ ମେଘନାଦ ପାଚେରୀ
- ପରିକ୍ରମା ପ୍ରକଳ୍ପ ଯୋଗୁ ଫାଟ ଅଭିଯୋଗ
- ନବୀନ ଓ ପାଣ୍ଡିଆନଙ୍କ ଭୁଲ ଅକ୍ଷମଣୀୟ ବୋଲି କହିଲା ବିଜେପି
- ରାଜନୈତିକ ଦଳଙ୍କ ଷଣ୍ଡୁଆସି ଆକ୍ରମଣ
- ବିଜେପି ସହ ସ୍ବର ମିଶାଇଲେ ଅମର ଶତପଥୀ
- ଅମର ଶତପଥୀ, ବରିଷ୍ଠ ନେତା
- ଶ୍ରେୟ ନେବାର ମହତ୍ବ୍ ଆଂକାକ୍ଷା, ମେଘନାଦ ପାଚେରୀକୁ ପକାଇଲେ କି ବିପଦରେ?
ଅର୍ଗସ ବ୍ୟୁରୋ : ମେଘନାଦ ପ୍ରାଚୀରରେ ଫାଟ କୁ ନେଇ ବଢ଼ିଲା ବିବାଦ । ସବୁ ମହଲରେ ପ୍ରତିକ୍ରିୟା ପ୍ରକାଶ ପରେ ଆଜି ଆଇନ ମନ୍ତ୍ରୀ କହିଛନ୍ତି ପାଚେରୀରେ ଥିବା ଫାଟ ବହୁ ପୁରାତନ । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଏଭିକ୍ସନ ସମୟରେ ଏହି ଫାଟ ହୋଇଛି । ଏ ନେଇ ଏଏସଆଇ କୁ ଚିଠୀ ଲେଖା ହୋଇଥିଲା । ତେବେ ସେ ଫାଟର ସ୍ଥାୟୀ ମରାମତି ପାଇଁ ଏଏସଆଇ ପ୍ରକ୍ରିୟା ଆରମ୍ଭ କରିଚି ।
ମେଘନାଦ ପ୍ରାଚୀର ଫାଟ କୁ ନେଇ ପୂର୍ବ ସରକାରକୁ କାଠଗଡାକୁ ଟାଣିଛି ବିଜେପି । ବିଜେଡି ସରକାର ସେତେବେଳେ ନିଜର ରାଜନୈତିକ ସ୍ବାର୍ଥ ସାଧନ ପାଇଁ ASI । ଓ NMAର ବାରଣକୁ ଖାତିର କରି ନ ଥିଲେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଯେଉଁ ଭୁଲ କରିଛନ୍ତି ଯାହାର କ୍ଷମା ନାହିଁ ବୋଲି କହିଛନ୍ତି ଅନୀଲ । ବରିଷ୍ଠ ନେତା ଅମର ଶତପଥୀ ବି ପରିକ୍ରମା ପ୍ରକଳ୍ପ ବେଳେ କଣ ସତର୍କତା ମୁଳକ ପଦକ୍ଷେପ ନିଆଯାଇଥିଲା ବୋଲି ପ୍ରଶ୍ନ କରି ଏହାର ତଦନ୍ତ ଦାବି କରିଛନ୍ତି ।
ଅଗଷ୍ଟ 16ରେ ଚିଠି ଲେଖି ଆନନ୍ଦ ବଜାରର ଡ୍ରେନଜ ବ୍ୟବସ୍ଥାକୁ ସୁଧାରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା ଏ ଏସ ଆଇ.. ଅକୋବର 4 ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ଚିଠି ଲେଖିଲା ସାମଗ୍ରିକ ବୈଷୟିକ ଯାଞ୍ଚ ସହ ତୁରନ୍ତ ଫାଟ ମରାମତି କରିବାକୁ । ଏହା ଭିତରେ ମେଘନାଦ ପାଚେରୀର ବାହାର ଶିଉଳି ଛଡାଯାଇଛି । ଡ୍ରେନଜ ମରାମତି ସହ ଏଏସଆଇ ସହ ସମନ୍ବୟ ରଖି ଜଏଣ୍ଟ ସିଲିଂ କାମ ବି କରାଯାଇଛି ।
📱 Get Argus News App
✨ଅଧିକ ପଢନ୍ତୁ : ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ
ଶ୍ରୀମନ୍ଦିରର ସୁରକ୍ଷା କବଚ ମେଘନାଦ ପାଚେରୀ । ପୂର୍ବରୁ ପଶ୍ଚିମ ଦିଗ ଯାଏ ଏହାରଲମ୍ବା 665 ଫୁଟ୍ । ଉତ୍ତରରୁ ଦକ୍ଷିଣର ଲମ୍ବା 640 ଫୁଟ ।ମେଘନାଦ ପାଚେରୀର ଉଚ୍ଚତା ୨୦ ଫୁଟ ଓ ମୋଟେଇ ୬ ଫୁଟ । ମୁଖ୍ୟ ମନ୍ଦିର ନିର୍ମାଣର ପରବର୍ତ୍ତୀ କାଳରେ ମରହଟ୍ଟା ଶାସନ ଅମଳରେ ଏହି ପ୍ରାଚୀର ନିର୍ମାଣ ହୋଇଥିବାର ଜଣାଯାଏ। ଅନ୍ୟ ଏକ ତଥ୍ୟ ଅନୁସାରେ ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରିର ନିର୍ମାଣ କରାଇଥିଲେ। ମେଘନାଦ ପ୍ରାଚୀରର ମହିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ତାଙ୍କ ଐତିହାସିକ ରାୟରେ, ଏହି ପାଚେରୀ ନିକଟରେ ଏହାଠାରୁ ଉଚ୍ଚ ଆଉ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ ଆଦେଶ ଦେଇଛନ୍ତି । ଏପରି ସ୍ଥଳେ ପରିକ୍ରମା ପ୍ରକଳ୍ପ ନାଁ ରେ ବଡ଼ ବଡ଼ ମେସିନ ଲଗାଇ ଖୋଳାଯିବା ମେଘନାଦ ପ୍ରାଚୀର ପାଇଁ ବିପଦ ସାଜିଲା ବୋଲି ଚର୍ଚ୍ଚା ହେଉଛି
