Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ଆଶ୍ରୟସ୍ଥଳୀରେ ଏପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ରନ୍ଧା ଖାଦ୍ୟ

Ritu Das
Browse all articles by Ritu Das
·1 year ago
ବାତ୍ୟା ଆଶ୍ରୟସ୍ଥଳୀରେ ଏପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ରନ୍ଧା ଖାଦ୍ୟ

ଅର୍ଗସ ବ୍ୟୁରୋ: ବାତ୍ୟା ଆଶ୍ରୟସ୍ଥଳୀ ରେ ପହଞ୍ଚିଲା ନାହିଁ ରନ୍ଧା ଖାଦ୍ୟ। ନିଆଳି ବ୍ଲକ୍ ଅଲଣା ପ୍ରାଇମେରୀ ସ୍କୁଲର ପ୍ରାୟ 100 ଲୋକ ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ଖାଦ୍ୟ ଯୋଗାଇବାରେ ବିଫଳ ହୋଇଛି। ଲୋକମାନେ ବର୍ତ୍ତମାନ ସୁଧା ଭୋକ ଉପାସର ଅଛନ୍ତି। ନିଆଳି ବ୍ଲକର ଅଲଣା ପ୍ରାଇମେରୀ ସ୍କୁଲ୍ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ଅବ୍ୟବସ୍ଥା। 

ଲୋକେ ଆଜି ସକାଳୁ ଏଠାରେ ଆଶ୍ରୟ ନେଇଥିବା ବେଳେ ଏପର୍ଯ୍ୟନ୍ତ ପହଞ୍ଚିଲାନି ବ୍ଲକ୍ ପ୍ରଶାସନ। ସମୟ ଆସି 4 ଟା ବାଜିଲାଣି। ଲୋକଙ୍କ ପାଖର ରନ୍ଧା ଖାଦ୍ୟ କି ଶୁଖିଲା ଖାଦ୍ୟ ପହଞ୍ଚି ନାହିଁ। ଫଳରେ ଏଠାରେ ଆଶ୍ରୟ ନେଇଥିବା ପ୍ରାୟ 100 ବୃଦ୍ଧ , ଛୋଟ ପିଲା ଭୋକ ଉପାସରେ ପଡିଛନ୍ତି। ଘଟଣାସ୍ଥଳରେ ଲୋକ ମାନେ ଅସନ୍ତୋଷ ଥିବା ବେଳେ ମାରପିଟ୍ ମଧ୍ୟ ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cooked food | Argus News