କପିପେଷ୍ଟ ସରକାର ନବୀନ ସରକାର

ଅର୍ଗସ ବ୍ୟୁରୋ : କପିପେଷ୍ଟ ସରକାର ନବୀନ ସରକାର । ବିଜେପି ଯୋଜନା ଉପରେ ବିଜେଡିର ନଜର । କାମ ନ କରି ଯୋଜନାର ଫଳ ଆସାରେ ବିଜେଡ଼ି ସରକାର । ପୁଣି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଦିନରେ ଦେଖାଇଲେ ଲଣ୍ଠନ । ନିଜ ଯୋଜନା କହି କେନ୍ଦ୍ର ଯୋଜନାକୁ କରୁଛନ୍ତି କପି ପେଷ୍ଟ । କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ଷ୍ଟିକର ଲଗାଇ ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ପରଘର ତିଅଣରେ ଅତିଥି ଚର୍ଚ୍ଚା କରିବାରେ ମାହିର ନବୀନ ସରକାର । ଯାହାକୁ ନେଇ ରାଜ୍ୟବାସୀ କହିଲେଣି କପିପେଷ୍ଟ ସରକାର ସାଜିଛି ବିଜେଡି ।
ଗତ କାଲି କ୍ୟାବିନେଟ ଅନୁମୋଦନ ପାଇଥିବା "ସ୍ଵୟଂ ଯୋଜନା" ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା । କପିପେଷ୍ଟ କରି କେନ୍ଦ୍ରୀୟ ଯୋଜନା ହଡପ କରିବାକୁ ଆଉ ଏକ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଯାହାକୁ ଯୋରଦାର ଅପ ପ୍ରଚାର ମଧ୍ୟ କରୁଛନ୍ତି ନବୀନ ସରକାର । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପି କରିଛି ଅଭିଯୋଗ । ଏଠି ପ୍ରଶ୍ନ ଉଠୁଛି, କାହିଁକି କପିପେଷ୍ଟ ସରକାର ସାଜିଛନ୍ତି ରାଜ୍ୟ ସରକାର ? କଣ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ରଖୁଛନ୍ତି ବକ୍ର ଦୃଷ୍ଟି ? ରାଜ୍ୟବାସୀ ଜାଣି ଗଲେଣି ରାଜ୍ୟ ସକରାକରଙ୍କ ଏ ହେଉଛି ୨ ନମ୍ବରି ରାଜନୀତି ।
📱 Get Argus News App
✨ସ୍ଵୟଂ ଯୋଜନାରେ ଯେଉଁ କାର୍ଯ୍ୟକ୍ରମ ଜରିଆରେ ଲୋନ୍ ଦେବେ ସରକାର ସେ କାର୍ଯ୍ୟକ୍ରମ କେନ୍ଦ୍ରର । କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଓ ସ୍ମାଲ ଏଣ୍ଡରପ୍ରାଇଜ କାର୍ଯ୍ୟକ୍ରମରେ ୫ କୋଟି ଯାଏଁ ଋଣ ଦେବାକୁ କେନ୍ଦ୍ର ବ୍ୟବସ୍ଥା କରିଥିବା ବେଳେ, ରାଜ୍ୟ ସରକାର୍ ମାତ୍ର ୧ ଲକ୍ଷରେ ଋଣ ସୀମିତ କରିଛନ୍ତି ରାଜ୍ୟ ସରକାର। କେବଳ ଭୋଟ ବେଳେ ଯୁବ ବର୍ଗଙ୍କୁ ଭୁଆଁ ବୁଲାଇବା ରାଜ୍ୟ ସରକାରଙ୍କ ଏ ଆଉ ଏକ ନୂଆ ଯୋଜନା ।
ଅନ୍ୟପଟେ ଗତ ୨୦୦୯, ୧୪ ଏବଂ ୧୯, ୩ଟି ନିର୍ବାଚନୀ ଇସ୍ତାହାରରେ ୫୬ ଲକ୍ଷ ଚାକିରୀ ପ୍ରତିଶ୍ରୁତି ଦେଇ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ସରକାର । ପିଡିଏସ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ସିଧାସଳଖ ଭୋଟରଙ୍କୁ ଲାଞ୍ଚ ବୋଲି କହିଛି ବିଜେପି । ବ୍ୟାଗ ଆଉ ମାତ୍ର ୧୦୦୦ ଟଙ୍କା ଦେଇ ବିଜେଡି ସରକାର୍ ଭାବୁଛି ଓଡ଼ିଶାର ଦାରିଦ୍ର୍ୟ, ଦାଦନ କମେଇଦେବ । ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ ।