Videos
|
Odisha

କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି

Banajyotshna Ray
Browse all articles by Banajyotshna Ray
·2 years ago·2 min read
କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି
  • ପୁଣି ଥରେ ଚିନ୍ତା ବଢ଼ାଇଲା କରୋନା
  • ଦୀର୍ଘ ଦିନ ପରେ ରାଜ୍ୟରେ ଚିହ୍ନଟ ହେଲେ ଜଣେ ସଂକ୍ରମିତ
  • କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ
  • କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି
  • ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ଅର୍ଗସ ବ୍ୟୁରୋ: ଫେରିଲା କରୋନା , ଫେରିଲା ମାକ୍ସ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କୋଭିଡ୍‌ ପଜିଟିଭ୍‌ ଟିହ୍ନଟ ହେବା ପରେ ଚିନ୍ତା ବଢ଼ିଛି । ୩ ତାରିଖରେ ଶେଷ ଥର ପାଇଁ ଜଣେ କରୋନା ସଂକ୍ରମିତ ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ ୨୦ ଦିନର ବ୍ୟବଧାନ ପରେ ଜଣେ ସଂକ୍ରମିତ ଚିହ୍ନଟ ହେବା ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ।  କରୋନା କଡ଼ ଲେଉଟାଇବା ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି ଲୋକଙ୍କୁ ଜନଗହଳି ଜାଗାକୁ ମଧ୍ୟ ନଯିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୭୫୨ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଚାରି ଜଣ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଛି । ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି । ତେବେ JN.1 ସବ୍ ଭାରିଆଣ୍ଟ ଚିନ୍ତା ବଢାଇ ଥିବାବେଳେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଗକୁ ବଡ଼ ଦିନ, ନୂଆ ବର୍ଷ ଭଳି ଉତ୍ସବ ଥିବା ବେଳେ ବର୍ତ୍ତମାନ ପିକନିକ ୠତୁ ଚାଲିଥିବା ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ସ୍ଥିତି ଉପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତିକ୍ଷଣ ନଜର ରଖିଥିବା ବେଳେ ଜନଗହଳି ସ୍ଥାନ କୁ ଗଲେ ମାକ୍ସ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
corona cases in state | Argus News