ସରକାରୀ ଅନୁଦାନ ଖର୍ଚ୍ଚ ନକରି ଟଙ୍କା ଆତ୍ମସାତ କରିଛନ୍ତି ସରପଞ୍ଚ
·1 year ago

ଅର୍ଗସ ବ୍ୟୁରୋ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାରାହୀପୁର ପଂଚାୟତ ସରପଞ୍ଚଙ୍କ ନାଁରେ ଦୁର୍ନିତୀ ଅଭିଯୋଗ। ସରପଞ୍ଚ ରଶ୍ମିତା ସ୍ବାଇଁଙ୍କ ବିରୋଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ ଅଞ୍ଚଳବାସୀ । ସରକାରୀ ଅନୁଦାନ ଖର୍ଚ୍ଚ ନ କରି ଟଙ୍କା ଆତ୍ମସାତ କରିଛନ୍ତି ସରପଞ୍ଚ l ପୂର୍ବ ସରକାରରେ ସରପଞ୍ଚ ରଶ୍ମିତା ସ୍ବାଇଁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦେବେନ୍ଦ୍ର ବେହୁରାଙ୍କୁ ମୋହରା କରି ଏକଲକ୍ଷ ଅଣଷଠି ହଜାର ଟଙ୍କା ଆତ୍ମସାତ କରିବା ଅଭିଯୋଗ ହୋଇଛି ।
ପଞ୍ଚାୟତ କାର୍ଯ୍ୟାଳୟ ଓ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ AC ଲଗାଇବା ପରିବର୍ତ୍ତେ ଟଙ୍କା ଲୁଟିଛନ୍ତି ସରପଞ୍ଚ। 2023ରେ ବେଆଇନ ଭାବେ ଜେନେରାଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବା ତଥ୍ୟ ହସ୍ତଗତ ହୋଇଛି । ସରପଞ୍ଚଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: