Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଖୋଲିଲା ନବୀନ ସରକାରଙ୍କ ଗୁମର, ଜାଣନ୍ତୁ...

Odisha

ଖୋଲିଲା ନବୀନ ସରକାରଙ୍କ ଗୁମର, ଜାଣନ୍ତୁ...

Jitendra Dash
Browse all articles by Jitendra Dash
·2 years ago·2 min read
ଖୋଲିଲା ନବୀନ ସରକାରଙ୍କ ଗୁମର, ଜାଣନ୍ତୁ...

ଅର୍ଗସ ବ୍ୟୁରୋ : ନବୀନ ସରକାରଙ୍କ ନୁହେଁ ତ ମିଛ ସରକାର । ନବୀନଙ୍କ ସତ କମ ମିଛ ବେସି । ଏକଥା ଆମେ କୋହୁନୁ କୋହୁଛନ୍ତି ବିଜେଡ଼ି ନେତା । ପୁଣି ଖୋଲିଲା ନବୀନ ସରକାରଙ୍କ ୨୪ ବର୍ଷର ଗୁମର । କିଭଳି ୨୪ ବର୍ଷରେ ଲୋକଙ୍କୁ କରିଛନ୍ତି ଶୋଷଣ । ଯାହାକୁ ନେଇ ମଞ୍ଚ ଉପରେ ବର୍ଷିଲେ ସମିତି ସଭ୍ୟ । କୋହୁ କୋହୁ କହି ଦେଲେ ୨୪ ବର୍ଷର ସଫଳ ସରକାର ବିଫଳ କାହାଣୀ । କିଛି ନ କରି କେମିତି ନେଉଛନ୍ତି ବାଃ ବାଃ ।

ଏଭଳି ବିଫଳତାର ସତ କାହାଣୀ କହିଛନ୍ତି, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତର ସମିତିସଭ୍ୟ । ଯାହାକୁ ନେଇ ଏବେ ଫୁଲ ଗରମ୍ ବାଲଙ୍ଗିର ବିଜେଡ଼ି । ହାତୀସରା ପଞ୍ଚାୟତରେ 'ଆମ ଓଡିଶା ନବୀନ ଓଡିଶା'ର କାର୍ଯ୍ୟକ୍ରମ ଚାଲିଥିଲା । ଯୋଉଠି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନେତା । ଖାଲି ବର୍ଷି ନାହାନ୍ତି ତ ଖୋଲିଲେ ବିଜେଡ଼ି ସରକାର ଅସଲ ମୁଖା ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମିତିସଭ୍ୟ ବିଶ୍ୱଜିତ ପାତ୍ର କହିଛନ୍ତି, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆମ ଜିଲ୍ଲାକୁ ଆସି ଅନେକ ଉନ୍ନତି କରିକି ଗଲେ ବୋଲି ମିଛ ବାହା ବାହା ମାରୁଛି । କିନ୍ତୁ ଦେଖିବାକୁ ଗଲେ ଏବେ ଆମ ଜିଲ୍ଳାରେ ଅନେକ ଲୋକଙ୍କ ମଣ୍ଡ ଉପରେ ଛାତ ଘର ନାହିଁ । ୮୫ ଜଣ ଆବାସ ଯୋଜନାରେ ସାମିଲ କରିବା ପାଇଁ ୫ଟି ଅଧ୍ୟକ୍ଷଙ୍କୁ ଲେଖି କି ଦେଲେ ଆଜି ପର୍ଯ୍ୟନ୍ତ କାହିଁକି କିଛି ଉତ୍ତର ନାହିଁ ।

ମହିଳା ମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି ବୋଲି କହୁଁଛନ୍ତି ହେଲେ ସୁଧ ନ ଦେଲେ ତାଙ୍କୁ ମଧ୍ୟ ମିଳୁନି ଋଣ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଯୋଜନା କରୁଥିବା କଥା କହୁଛନ୍ତି ହେଲେ ସବୁ ଯୋଜନା ଏଠି ଫେଲ । ଆଜି ପର୍ଯ୍ୟନ୍ତ ଦେଓଗାଁରେ ଚିନିକଳ କାରଖାନା ବନ୍ଦ ହୋଇ ପଡିଛି କେବେ ଖୋଲିବ ତାହାର ଜବାବ ଦେଇ ପାରିବେ କି ରାଜ୍ୟ ସରକାର ? ବୋଲି ଅନେକ ପ୍ରଶ୍ନ କରିଛନ୍ତି ସମିତିସଭ୍ୟ ବିଶ୍ୱଜିତ ପାତ୍ର । ରାଜ୍ୟ ସରକାର କେବଳ ମିଛ କଥା କହି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସରକାରଙ୍କ ଭୋଟ ସମୟ ଆସିଲେ ସାଧାରଣ ଗରିବ ଲୋକଙ୍କ କଥା ମନେ ପଡ଼ୁଛି । ଯାହାକୁ ନେଇ ଏଥର ଉଚିତ ଯାବାହ ଦେବେ ଲୋକେ ।
 

Argus Whatsapp Channel Mobile Top
Sponsored
corruption govt bjd govt | Argus News