Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଠମଲ୍ଲିକରେ ଫାର୍ମପଣ୍ଡ୍ ଖୋଳାରେ ମହାଦୁର୍ନୀତି

Manini Pattanayak
Browse all articles by Manini Pattanayak
·1 year ago·1 min read
ଆଠମଲ୍ଲିକରେ ଫାର୍ମପଣ୍ଡ୍ ଖୋଳାରେ ମହାଦୁର୍ନୀତି

 ଅନୁଗୁଳ: ବିଜେଡ଼ି ଶାସନରେ ଚରମ ସୀମା ଟପିଥିଲା ଦୁର୍ନୀତି । ଯାହାର ପ୍ରମାଣ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ । କେଉଁଠି ମିଛ ବିଲ୍ ପାସ୍ କରି ଅର୍ଥ ହଡପ୍ ତ କେଉଁଠି କାମ ସାରିଥିଲେ ସୁଦ୍ଧା ପିସି ନଦେବାରୁ ମିଳୁନି ବିଲ୍ ।.. ୨୦୨୨-୨୩ ଆର୍ଥିକ ବର୍ଷରେ ଆଠମଲ୍ଲିକ ବ୍ଲକରେ ମନରେଗା ଯୋଜନାରେ ୨୪ଟି ଫାର୍ମ ଖୋଲାଯାଇଥିବାର RTI ତଥ୍ୟ କହୁଛି ।... ହେଲେ 12ଟି ପୋଖରୀର ମିଛ ଧରେଇ ଦେଇଛି ତହସିଲଦାରଙ୍କ ରିପୋର୍ଟ ।.. ତହସିଲଦାରଙ୍କ ରିପୋର୍ଟରେ ଉକ୍ତ 12 ଗୋଟି ପୋଖରୀ ସ୍ଥାନରେ କେଉଁଠି ଧାନ ବିଲ ଅଛି ତ ଆଉ କେଉଁଠି ମୁଗ, ବିରି ଓ କେଉଁଠି ପଡିଆ ପଡିଛି । ମାଧପୁର ପଞ୍ଚାୟତରେ 3ଟି, ଅଏଡା ଓ କୁରୁମଟାପରେ ୨ଟି ଲେଖାଏଁ, ଲୁଣହାଣ୍ଡି, ଆମ୍ବସରମୁଣ୍ଡା, ବାସୁଦେବପୁର, ପେଡିପଥର ଓ ସାପଘରାରେ ଗୋଟିଏ ଲେଖାଏଁ ପୋଖରୀର ତଥ୍ୟ ନଥିବା ଜଣାପଡିଛି । ପ୍ରାୟ ୧୪ ଲକ୍ଷ ୮୦,୨୭୫ ଟଙ୍କାର ଦୁର୍ନୀତି ହୋଇଥିବା RTI ତଥ୍ୟରୁ ସ୍ପଷ୍ଟ ହୋଇଛି ।  ଏପଟେ ଆଠମଲ୍ଲିକ ବ୍ଲକରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ରାମଚନ୍ଦ୍ର ଶତପଥୀ କାଳେ ସର୍ବେସର୍ବା ପାଲଟିଛନ୍ତି । ତାଙ୍କ ଇଙ୍ଗିତରେ ବ୍ଲକ ଚାଲୁଥିବାବେଳେ ପିସି ନଦେଲେ କାହାର ବିଲ୍ ପାସ ହୁଏନି ବୋଲି ଖୋଦ୍ ସରପଞ୍ଚ ଅଭିଯୋଗ ଆଣିଛନ୍ତି ।

 ବିଜେଡି ସରକାର ଦୁର୍ନୀତିଖୋରଙ୍କୁ ପ୍ରଶ୍ରୟ ଦେଉଥିଲା, ବିଜେପି ସରକାରରେ ତାହା ଚଳିବନି ।.. ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ବିଜେପି ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ ।  ସେପଟେ ଘଟଣାର ତଦନ୍ତ କରି ସଠିକ ପଦକ୍ଷେପ ନିଆଯିବ ପ୍ରତିକ୍ରିୟା ଦେଇଛନ୍ତି ଆଠମଲ୍ଲିକ ବିଡିଓ ।  ପୂର୍ବ ବିଜେଡ଼ି ସରକାରରେ ହୋଇଥିବା ମହାଲୁଟର ତଦନ୍ତ କରି ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ପର୍ଦ୍ଦାଫାସ୍ କରିବ ବିଜେପି ସରକାର । ହେବ ଦୃଢ ଆକ୍ସନ୍ । 

 ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Corruption reached its peak during BJP rule. Evidence of which has been found in Angul district Athamallik block. | Argus News