Videos
|
Odisha

୨୪ ମହାଲଢେଇ ପାଇଁ କାଉଣ୍ଟଡାଉନ୍, ଆଜ ନିର୍ବାଚନ ତାରିଖ ଘୋଷଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨୪ ମହାଲଢେଇ ପାଇଁ କାଉଣ୍ଟଡାଉନ୍, ଆଜ ନିର୍ବାଚନ ତାରିଖ ଘୋଷଣା

ଅର୍ଗସ ବ୍ୟୁରୋ: ୨୪ ମହାଲଢେଇ ପାଇଁ କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ନିର୍ବାଚନ ବିଗୁଲ ବଜାଇବେ ଜାତୀୟ ନିର୍ବାଚନ କମିଶନ।  ଆଜି ଅପରାହ୍ନ 3ଟାରେ ଲୋକସଭା ଏବଂ ଓଡ଼ିଶା ସମେତ 4ଟି ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଦୁଇ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ।  ଏଥର ନିର୍ବାଚନରେ 2 କୋଟି ନୂଆ ଭୋଟରଙ୍କ ସମେତ 97 କୋଟି ଭାରତୀୟ କରିପାରିବେ ମତଦାନ । ଲୋକସଭା ପାଇଁ 7ରୁ8ଟି ପର୍ଯ୍ୟାୟରେ ହୋଇପାରେ ଭୋଟ୍ ଗ୍ରହଣ ।

ଏହା ସହ ଦେଶରେ ଲାଗୁହେବ ନିର୍ବାଚନ ଆଚରଣ ବିଧି। ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ୟାହାରଠାରୁ ଆରମ୍ଭ କରି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ସହ ବିଭିନ୍ନ କଟକଣା ମଧ୍ୟ ଲଗାଇବେ ନିର୍ବାଚନ କମିଶନ। ଲାଗୁ ହେବ ନିର୍ବାଚନ ଆଚରଣ ବିଧି ।

ଅଧିକ ପଢ଼ନ୍ତୁ ରାଜନୀତି ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: