Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ୍ୟୁ, ସ୍ୱାମୀ ଗୁରୁତର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ୍ୟୁ, ସ୍ୱାମୀ ଗୁରୁତର

ଅର୍ଗସ ବ୍ୟୁରୋ:  ନୀଳଗିରିରେ ଚାଞ୍ଚଲ୍ୟ। ଋଣ ବୋଝରେ ବିଷ ପିଇଲେ ଦମ୍ପତି । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ମୃତ୍ୟୁ, ସ୍ୱାମୀ ଗୁରୁତର । ନୀଳଗିରି ବ୍ଲକ ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁର ସ୍ବରୂପାନନ୍ଦ ଦେବଗୋସ୍ୱାମୀ ଏବଂ ତାଙ୍କ ସ୍ତ୍ରୀ ସଂଗୀତା ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଓ ସ୍ୱୟଂସହାୟକ ଗୋଷ୍ଠୀରୁ ଲକ୍ଷାଧିକ ଟଙ୍କା ଋଣ ଆଣିଥିଲେ । ଏହି ଋଣ ଟଙ୍କାରେ ସେମାନେ ହଲର୍‍ ଏବଂ ମୁଢ଼ିଭଜା ମେସିନ ବସାଇ ବ୍ୟବସାୟ କରୁଥିଲେ ।

ବ୍ୟବସାୟରେ ବାରମ୍ବାର କ୍ଷତି ଘଟିବାରୁ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଥିଲେ ଦମ୍ପତି । ସେପଟେ ଋଣ ପ୍ରଦାନୀକାରି ସଂସ୍ଥାର ବାରମ୍ବାର ତାଗିଦ ଓ  ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଶେଷରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସ୍ୱାମୀ-ସ୍ତ୍ରୀ। ପ୍ରଥମେ ସେମାନଙ୍କୁ ନୀଳଗିରି ଓ ବାଲେଶ୍ବର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ବରର  ଏକ ଘରୋଇ ଡାକ୍ତରଖାନାରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ସଂଗୀତାଙ୍କ ମୃତ୍ୟୁ ହୋଇଛି । ସ୍ୱାମୀ ସ୍ବରୂପା ନନ୍ଦ ଭେଣ୍ଟିଲେଟରରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Couple drank poison: wife died, husband seriously | Argus News