ଆହୁରି ଖୋଲିବ ରାଜା ଚକ୍ରର ଦୁର୍ନୀତି ପେଡ଼ି, ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି

ବାଲେଶ୍ଵର: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା । ଗିରଫ ବିଜେଡି ନେତା ସୌମ୍ୟ ଶଙ୍କର ଓରଫ ରାଜା ଚକ୍ରଙ୍କୁ ଜାମିନରେ ନେବ ଇଓଡବ୍ଲୁ । ରାଜା ଚକ୍ରକୁ ୩ ଦିନିଆ ଜାମିନ୍ରେ ନେବା ଲାଗି ଅନୁମତି ଦେଇଛନ୍ତି କୋର୍ଟ । ଆଜି ବାଲେଶ୍ଵର ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର ସହ ୫ ଦିନ ରିମାଣ୍ଡ ଲାଗି ଇଓଡବ୍ଲୁ ଆବେଦନ କରିଥିଲା । କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ଲଗାତର ସପ୍ତାହରୁ ଅଧିକ ଦିନର ମାରାଥନ ରେଡ୍ ପରେ ରାଜା ଚକ୍ରକୁ ଗତ ୧୩ ତାରିଖରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା । ପଚରା ଉଚରା ପରେ ରାଜା ଚକ୍ରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେବେଠୁ ଆଜି ପର୍ଯ୍ୟନ୍ତ ରାଜା ଚକ୍ର ବିଚାର ବିଭାଗୀୟ ହାଜତରେ ରହିଥିଲା । ଆଜି ବାଲେଶ୍ଵର ଓପିଆଇଡି କୋର୍ଟ ୩ ଦିନ ଲାଗି ରିମାଣ୍ଡ ଅନୁମତି ଦେଇଛନ୍ତି ।
ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ ପରେ କ୍ରାଇମବ୍ରାଞ୍ଚ ବାଲେଶ୍ଵର ଓପିଆଇଡି କୋର୍ଟରେ ହାଜର କରିଥିଲା । ସେତେବେଳେ ୧୯ ତାରିଖ ପର୍ଯ୍ୟନ୍ତ ରାଜା ଚକ୍ରକୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ଗନ୍ଧମାର୍ଦ୍ଦନ ଲୋଡିଂ ଆଣ୍ଡ୍ କୋ-ଅପରେଟିଭ ସୋସାଇଟିରୁ ୧୮୫ କୋଟି ଟଙ୍କାର ଘୋଟାଲା ମାମଲାରେ ରାଜା ଚକ୍ରକୁ ଗିରଫ କରାଯାଇଛି ।