Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୀଡିତାକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣର ରାଶି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ 

Odisha

ପୀଡିତାକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣର ରାଶି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପୀଡିତାକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣର ରାଶି ପାଇଁ କୋର୍ଟଙ୍କ ନିର୍ଦ୍ଦେଶ 

କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ। କଟକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଆଡାହକ କୋର୍ଟ ଦେଲେ ଏହି ନିର୍ଦ୍ଦେଶ। ୨୦୧୯ ମସିହା ଡିସେମ୍ବର ମାସରେ କଟକ ମଧୁପାଟଣା ଥାନା ଅଂଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଭିଯୁକ୍ତ ଗୋପାଳ ସିଂ ବିରୋଧରେ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହ ୧୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୀଡିତାକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣର ରାଶି ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ। ୬ ବର୍ଷର ନାବାଳିକାକୁ ତାର ସମ୍ପର୍କୀୟ ଅଜା ହିଁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ମଧୁପାଟଣା ଥାନାରେ ଏତଲା ଦେଇଥିଲା ଚାଇଲ୍ଡ ଲାଇନ। ତେବେ ପୋଲିସ ଏତଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Court order for a compensation amount of Rs.3 lakh to the victim | Argus News