ମୟୂରଭଞ୍ଜ ଜିଲ୍ଲାରେ କୌଣସି ଖଣି କାର୍ଯ୍ୟ କରାଯିବ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ପୁଣିଥରେ ଏନଜିଟି ଛାଟ । ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ (DSR)କୁ ତୃଟିପୁର୍ଣ୍ଣ ଦର୍ଶାଇ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ ଲଗାଇଲେ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ ବା (NGT) । ଏ ନେଇ ତିନି ସପ୍ତାହ ମଧ୍ୟରେ ଜିଲା ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ଓଡିଶା ସରକାରଂକୁ କୋର୍ଟ ନିର୍ଦ୍ଦେଶ ଦେଇଛି । ମୟୂରଭଞ୍ଜ ଜିଲାରେ କୌଣସି ଖଣି କାର୍ଯ୍ୟ କରାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଖୋର୍ଦ୍ଧାରେ ୧୯ଲିଜ ଧାରି ଙ୍କ ମଧ୍ୟରୁ ଜଣେ ଭରିଲେ ପେନାଲ୍ଟି। ଆହୁରି ବାକି ଅଛନ୍ତି ୧୮। ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବା ପାଇଁ ୨୦ଜୁନ ୨୦୨୪ ରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି ।
ଏହାକୁ ବିରୋଧ କରି ପରିବେଶବିତ 'ବିବେକାନନ୍ଦ ପଟନାୟକ' ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ ନିକଟରେ ମାମଲା ଦାୟର କରିଥିଲେ । ମାମଲାର ବିବରଣୀ ଅନୁସାରେ ୪.୯୮ ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢାବଳଙ୍ଗ ବାଲିଶଯ୍ୟା-୧ ବେତନଟୀ ତହସିଲ ଅନ୍ତର୍ଗତ "ବେଲାଣପୁରା" , ମଧୁନଣ୍ଡା" ଓ "ଡେଁଫୌଦା" 3ଟି ବାଲି ସୌରାତକୁ ୫ବର୍ଷ ପାଇଁ ନିଲାମ ଲାଗି ୨୦୨୪ ଜୁନ ୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ରେ ଏହି ଉତ୍ସ ୫ ହେକ୍ଟର ରୁ କମ ବୋଲି ଉଲ୍ଲେଖ କରାଯାଇଥିଲା । ଅନ୍ତରିଣ ଜିଲ୍ଲା ସର୍ଭେ ରିପୋର୍ଟ (DSR)ରେ ଏହା ୫.୦୧ ହେକ୍ଟର ବୋଲି ଉଲ୍ଲେଖ ରହିଛି । ଅଗଷ୍ଟ ୮ ତାରିଖ ୨୦୨୪ ରେ ମାମଲାର ଶୁଣାଣି କରି ଡିଏସଆର ତଥ୍ୟ କୁ ଭୂଲ ଦର୍ଶାଇ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଲଘୁଖଣିଜ ପଦାର୍ଥ ଉତ୍ତୋଳନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ।
ଅଗଷ୍ଟ ୮ତାରିଖରେ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲର ରାୟ ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟ ଉତ୍ତୋଳନ କୁ ଘୋର ଅନିଶ୍ଚିତତା ମଧ୍ୟକୁ ଟାଣି ନେଇଛି । ଜିଲ୍ଲାର କାର୍ଯ୍ୟ କରାଯାଇଥିବା ଅନେକ ପ୍ରକଳ୍ପ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି କରିଛି । ସେପଟେ ଖୋର୍ଦ୍ଧାରେ ୧୯ଲିଜ ଧାରି ଙ୍କ ମଧ୍ୟରୁ ଜଣେ ଭରିଲେ ପେନାଲ୍ଟି। ଆହୁରି ବାକି ଅଛନ୍ତି ୧୮। ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ଖଣିଜ ସମ୍ପଦ ଉତ୍ତୋଳନ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୯ ଖଣି ଲିଜଧାରୀ ଙ୍କୁ ନୋଟିସ୍ ହୋଇଥିଲା। ଖବର ବାଜିବା ପରେ ଖୋର୍ଦ୍ଧା ଧନିଆ ପଶ୍ଚିମ ଗ ଖଣି ଲିଜ ଧାରି ମନ୍ଦିର ପ୍ରଶାସନ ନିକଟରେ ପେନାଲ୍ଟି ବାବଦ କୁ ୧କୋଟି ୧୮ଲକ୍ଷ ଟଙ୍କା ଜମା କରିଛନ୍ତି। ଆଉ ବାକି ୧୮ କୁଆଡେ ଗଲେ ।
ମହାପ୍ରଭୁଙ୍କ ସମସ୍ତ ଭୁ ସମ୍ପତ୍ତି ଦାଖଲକୁ ନିଆଯିବ ଓ ଏହାର ସୁରକ୍ଷା କରାଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତେଣୁ ୭ ଦିନ ଭିତରେ ରାୟାଲିଟି ଓ ପେନାଲିଟି ବାବଦକୁ ଦେୟ ଜମା ନକଲେ ଖଣି ଚୁକ୍ତି ପତ୍ର ରଦ୍ଦ ହେବ ବୋଲି ନୋଟିସ ରେ କଡା ନିର୍ଦ୍ଦେଶ ରହିଛି । ମୋହନ ସରକାରରେ ପୁଣି ମାଫିଆଙ୍କ ଉପରେ ବଡ ପ୍ରହାର ହୋଇଥିବା ବେଳେ ୨୪ ବର୍ଷ ଧରି ରାଜ୍ କରୁଥିବା ମାଫିଆଙ୍କ ଛାତି ଧଡ଼ ଧଡ ହେଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର