Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାକୁ ପୁଣି ଫେରିଲା କୋଭିଡ

Odisha

ଓଡ଼ିଶାକୁ ପୁଣି ଫେରିଲା କୋଭିଡ

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶାକୁ ପୁଣି ଫେରିଲା କୋଭିଡ

ଅର୍ଗସ ବ୍ୟୁରୋ:  ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।  ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 752 ନୂଆ କୋଭିଡ୍‌-19 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 22ଜଣ JN.1 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 420କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା 5 ଲକ୍ଷ 33 ହଜାର 332 ରେ ପହଞ୍ଚିଛି। 

ଏବେ ଦେଶର 17ଟି ରାଜ୍ୟରେ କୋଭିଡ୍‌-19 ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। କେରଳରେ 266, କର୍ଣ୍ଣାଟକରେ 70, ମହାରାଷ୍ଟ୍ରରେ 15, ତାମିଲନାଡୁରେ 13, ଗୁଜରାଟରେ 12 ଜଣ ଓ ଓଡ଼ିଶାରେ ଜଣେ ସଂକ୍ରମିତ ଚିହ୍ନଟ କରାଯାଇଛି। ଦେଶରେ ସମୁଦାୟ କୋଭିଡ୍‌-19 ଆକ୍ରାନ୍ତଙ୍କ ସଂଖ୍ୟା 4.5 କୋଟି ଅତିକ୍ରମ କରିଛି । କୋଭିଡ୍‌-19 ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ଶୁକ୍ରବାର କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟ ସରକାରଙ୍କୁ କୋଭିଡ୍‌ ପଜିଟିଭ୍‌ ଟେଷ୍ଟ୍‌ ସ୍ବାବ୍‌ ଗୁଡ଼ିକୁ ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌ ପରୀକ୍ଷା ପାଇଁ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ଗୁଣସୂତ୍ର ପରିବର୍ତ୍ତନ କରୁଥିବା କୋଭିଡ୍‌-19 ଭୂତାଣୁ ଚିହ୍ନଟ କରାଯାଇପାରିବ। ଭାରତରେ ପ୍ରତି ଘଣ୍ଟାରେ 26ରୁ 27 ଜଣ ସଂକ୍ରମିତ ହେଉଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ଭୟର ବାତାବରଣ ଖେଳିଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Covid has | Argus News