Videos
|
Odisha

ବବିଙ୍କ ଜଳଖିଆ ଖର୍ଚ୍ଚ 3 ଲକ୍ଷ !

Smruti Parija
Browse all articles by Smruti Parija
·1 year ago·1 min read
ବବିଙ୍କ ଜଳଖିଆ ଖର୍ଚ୍ଚ 3 ଲକ୍ଷ !

Key Points

  • ବବିଙ୍କ ଜଳଖିଆ ଖର୍ଚ୍ଚ 3 ଲକ୍ଷ !
  • କୋଭିଡ୍ ଯୋଦ୍ଧାଙ୍କ ଟଙ୍କା, ବିଜେଡି ଚୂନ
  • ଭାଇରାଲ୍ ଅଡିଓରୁ କୋଭିଡ୍ କେଳେଙ୍କାରୀରର ବଡ଼ ଖୁଲାସା
  • କୋଭିଡ ଯୋଦ୍ଧାଙ୍କ ବିଧବାଙ୍କୁ ସରକାରୀ ବାବୁ ମାଗୁଛନ୍ତି ଟଙ୍କା 
  • ପୁଣି ବିବାଦ ଘେରରେ ବିଜେଡି ନେତା ବବି ଦାସ 

ଅର୍ଗସ ବ୍ୟୁରୋ: 15 ଲକ୍ଷରେ ପିସି 3 ଲକ୍ଷ । କୋଭିଡ୍ ସମୟର ଭାଇରାଲ୍ ଅଡିଓ ଖୋଲିଦେଇଛି କେଳେଙ୍କାରୀର ପୋଲ୍ । ନିଜକୁ କଟକର ଡିପିଆରଓ କହୁଥିବା ସରକାରୀ ବାବୁ କରୁଛନ୍ତି ଡିଲ୍। ସ୍ବାମୀଙ୍କ ମୃତ୍ୟୁ ପରେ କୋଭିଡ୍ ଯୋଦ୍ଧା ସହାୟତା ପାଇଁ ଆସିଥିବା ବିଧବା ମହିଳାଙ୍କୁ ମାଗୁଛନ୍ତି ଟଙ୍କା । ତାହା ପୁଣି 3 ଲକ୍ଷ ଟଙ୍କା । ଲାଲା ବାବୁ କହୁଥିବା ଏଇ ବାବୁ ଜଣଙ୍କ ଲଲାଟେନ୍ଦୁ ମହାପାତ୍ର ବୋଲି ସନ୍ଦେହ କରାଯାଉଛି । ଲାଲା ବାବୁ ସିଧା ସିଧା କହୁଛନ୍ତି ଟଙ୍କା ଯିବ ବିଜେଡି ଫଣ୍ଡକୁ। ବବି ଦାସଙ୍କ ଜଳଖିଆ ଖର୍ଚ୍ଚ ଇଏ, ହେଲେ ସେ ବାର୍ଗେନ୍ କରିପାରିବେନି ବୋଲି କହିଛନ୍ତି ଲାଲା ବାବୁ।  ତେବେ ଏ ଅଡିଓ ତାଙ୍କର ନୁହେଁ ବୋଲି କହିଛନ୍ତି ଲଲାଟେନ୍ଦୁ ।

କୋଭିଡ ଯୋଦ୍ଧାଙ୍କ ଟଙ୍କା ଖାଉଥିଲା କିଏ, ଟଙ୍କା ଯାଉଥିଲା କି ବିଜେଡି ଫଣ୍ଡକୁ, ତଦନ୍ତ ପରିସରକୁ ଆସିବ କି ଭାଇରାଲ୍ ଅଡିଓ, ଅଣ ସାମ୍ବାଦିକଙ୍କୁ ସାମ୍ବାଦିକ ବନାଇ ହେଉଥିଲା କି ପିସି କାରବାର, ମୋଟା ଅଙ୍କର ଚାନ୍ଦା ଯାଉଥିଲା କି ପାଣ୍ଠିକୁ, ତଦନ୍ତ ପରିସରକୁ ଆସିବେ କି ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ଓ ପୂର୍ବତନ ଡିପିଆରଓ ଲଲାଟେନ୍ଦୁ ମହାପାତ୍ର ।  କୋଭିଡ୍ ସମୟରେ ପିପିଇ କିଟ୍ କେଳେଙ୍କାରୀ ଆସିଥିଲା ସାମ୍ନାକୁ । ତେବେ ମୃତକଙ୍କ ଟଙ୍କାରେ ପିସି କାରବାରର ଅଡିଓ ଅନେକ ପ୍ରଶ୍ନ ସୃଷ୍ଟି କରିଛି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
covid-jodha-fund-corrupted-by-bjd-leader-bobby-das | Argus News