Warning To Cow Mafia / ଗୋ ମାଫିଆଙ୍କୁ ସରକାରଙ୍କ କଡା ଚେତାବନୀ,ସୁଧୁରିଯାଅ ନଚେତ୍ ସୁଧାରିଦେବୁ
·5 months ago·2 min read

Key Points
ଗୋ ମାଫିଆଙ୍କୁ ସରକାରଙ୍କ କଡା ଚେତାବନୀ
ସୁଧୁରିଯାଅ ନଚେତ୍ ସୁଧାରିଦେବୁ
ଗୋ ମାଫିଆଙ୍କୁ କ୍ଷମା ଦିଆଯିବ ନାହିଁ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଚେତାବନୀ
ସୁଧୁରିଯାଅ ନଚେତ୍ ସୁଧାରିଦେବୁ
ଗୋ ମାଫିଆଙ୍କୁ କ୍ଷମା ଦିଆଯିବ ନାହିଁ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଚେତାବନୀ
ଭୁବନେଶ୍ବର,୦୮/୦୪: ଗୋ ମାଫିଆଙ୍କୁ ସରକାରଙ୍କ କଡା ଚେତାବନୀ। ସୁଧୁରିଯାଅ ନଚେତ୍ ସୁଧାରିଦେବୁ। ଗୋ ମାଫିଆଙ୍କୁ କୈଣସି ପ୍ରକାର କ୍ଷମା ଦିଆଯିବ ନାହିଁ। ଏକଥା ପୁର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି। ଗୋ ମାତାଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବାଲେଶ୍ୱର, ଭଦ୍ରକ ମୟୂରଭଞ୍ଜ ଜିଲ୍ଲାର ୩୩ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ ଚାଲିଛି। ୪୬ଲକ୍ଷ ରୁ ଉର୍ଦ୍ଧ ଟଙ୍କା ୨ କେଜି ରୁ ଅଧିକ ସୁନା କାର, ବାଇକ, ମାରଣାସ୍ତ୍ର ଜବତ ହୋଇଛି। ଜୋରଦାର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଠ ରୁ ଅଧିକ ଗୋ ମାଫିଆଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଏନ୍ ଏସ୍ ଏ ଲାଗୁ ହୋଇଛି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ଗୋ ମାଫିଆଙ୍କ ଚରାଭୂଇଁରେ ଚଢାଉ ଚାଲିଛି। ଆଗକୁ ଅନ୍ୟ ଜିଲ୍ଲାରେ ଖୁବ୍ ଶୀଘ୍ର ଚଢ଼ାଉ କରାଯିବ। ପୁର୍ବ ସରକାରରେ ଗୋମାଫିଆ ସକ୍ରିୟ ଥିବା ବେଳେ ଏବେ ନିଷ୍କ୍ରିୟ କରାଯାଉଛି। ରାଜନୈତିକ ପୃଷ୍ଠପୋଷକତା ରେ ସରକାରୀ ଅଧିକାରୀଙ୍କ ସହାୟତାରେ ଏଭଳି ଦୁର୍ଦାନ୍ତ କାମ କରିବାକୁ ପଛାଉ ନଥିଲେ। ବର୍ତ୍ତମାନ ଯଦି ଏମାନଙ୍କୁ କିଏ ସହଯୋଗ କରୁଥାଏ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ।
ପଢନ୍ତୁ ଏହି ଖବର: ରାଜ୍ୟରେ ଭାଙ୍ଗୁଛି ଗୋ-ମାଫିଆଙ୍କ ଗଡ଼, ଧରା ହେଉଛନ୍ତି ଆଉ ସମ୍ପତ୍ତି ବି ହେଉଛି ଜବତ
ଆଠଗଡ ତିଗିରିଆର ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ଗୋ ମାଫିଆ ସକିଲ ଖାଁ ବିରୋଧରେ ଏନଏସଏ ଲାଗୁ କଲା କଟକ ଗ୍ରାମାଞ୍ଚଳ ପୋଲିସ। ପୁର୍ବରୁ ଏକାଧିକ ମାମଲାରେ ସଂପୃକ୍ତ ଥିଲା ଦୁର୍ଦ୍ଧାନ୍ତ ଅପରାଧି ସକିଲ ଖାନ। ସକିଲ ନାଁରେ ଗୋ ହତ୍ୟା, ଗୋ ମାଂସ ରପ୍ତାନି ମାମଲା ରହିଛି । ଗତକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜର ୩୨ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ହୋଇଥିଲା ରେଡ୍।
ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ଗୋ-ମାଫିଆଙ୍କ ଗଡ଼ ଉପରେ ବଡ଼ଧରଣ ରେଡ୍। ଗୋରୁ ଚୋରାଚାଲାଣ ସିଣ୍ଡିକେଟର ଅଣ୍ଟା ଭାଙ୍ଗିବାକୁ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ତତ୍ବାବଧାନରେ ତିନି ଜିଲ୍ଲାର ଏସପିଙ୍କ ନେତୃତ୍ୱରେ ଗତକାଲି ହୋଇଥିଲା ବଡ଼ ଧରଣର ରେଡ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ୩ ଟି ଜିଲ୍ଳାରେ ୩୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିବା ବେଳେ ପ୍ରତ୍ୟେକ ଜିଲ୍ଲାରେ ୬ ପ୍ଲାଟୁନ ଲେଖାଏଁ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ବାଲେଶ୍ୱର ଜିଲ୍ଲାର ୯ଟି, ଭଦ୍ରକର ୮ଟି ଓ ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ୧୫ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢାଉ ବେଳେ ପୋଲିସକୁ ମିଳିଛି ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କାଳ,ବିପୁଳ ପରିମାଣର ସୁନା ଗହଣା ସହ ଦୁଇ ଓ ଚାରି ଚକିଆ ଗାଡ଼ି, ଏପରିକି ଗୋ-ମାଫିଆ ରଖିଥିବା ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ ।
Related Topics
Explore more stories