Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

200 ଥର ଗସ୍ତ କଲେ, କୋଟି କୋଟି ଉଡାଇଦେଲେ

Smruti Parija
Browse all articles by Smruti Parija
·1 year ago·2 min read
200 ଥର ଗସ୍ତ କଲେ, କୋଟି କୋଟି ଉଡାଇଦେଲେ

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ବିରୋଧରେ ହେବ ଏଫଆଇଆର୍‌ । ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ । ଅଭିଯୋଗ ପତ୍ର ଆଣିବା ପାଇଁ ହେଲିକପ୍ଟରରେ ରାଜ୍ୟର ବିଭିନ୍ନ ସ୍ଥାନକୁ ପାଣ୍ଡିଆନ 200ରୁ ଅଧିକ ଥର ଗସ୍ତ କରିଛନ୍ତି। ବ୍ୟକ୍ତିଗତ କାମରେ ବି ପାଣ୍ଡିଆନ ହେଲିକପ୍ଟରର ବ୍ୟବହାର କରିଛନ୍ତି। ଏ ନେଇ ଆଜି ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । 

2023 ପରେ ପାଣ୍ଡିଆନ ଅଭିଯୋଗ ପତ୍ର ଆଣିବା ପାଇଁ ରାଜ୍ୟ ତମାମ ପ୍ରାୟ 200 ଥର ଗସ୍ତ କରିଛନ୍ତି । ଏ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏସବୁର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । 

ଏହି ସମ୍ମିଳନୀରେ ବିଭିନ୍ନ ସରକାରୀ ବିଭାଗ , ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ଜିଲ୍ଲାପାଳ ଓ ଏସପି ଙ୍କ କାର୍ଯ୍ୟାଳୟ ରୁ ସୂଚନା ଆଇନ୍ ଅଧୀନରେ ହାସଲ ହୋଇଥିବା ଭି କେ ପାଣ୍ଡିଆନ ଙ୍କ ହେଲିକପ୍ଟର ଗସ୍ତ ,ବିଭିନ୍ନ ଖର୍ଚ୍ଚ  ସମ୍ପର୍କିତ ତଥ୍ୟ ଓ ଅଣ ଓଡ଼ିଆ ଠିକାଦାର, ଖଣି ମାଫିଆଙ୍କ ଭୂମିକା ସଂପର୍କରେ ତଥ୍ୟ ପ୍ରଦାନ କରାଯାଇଛି । 

ପାର୍ଲିଆମେଣ୍ଟାରୀ ଆଫାୟାର ଦେଇଥିବା ତଥ୍ୟ ଅନୁଯାୟୀ, 2019-2024 ଜିଲ୍ଲା ଗସ୍ତ ସମ୍ପର୍କରେ ତଥ୍ୟ ମିଳି ପାରୁ ନାହିଁ । ରାଜ୍ୟ ସରକାର ଗତ 5 ବର୍ଷ ଭିତରେ ଚାଟାର୍ଡ ଫାଇଟରେ 50 କୋଟି 95 ଲକ୍ଷ ଖର୍ଚ୍ଚ କରିଛନ୍ତି । ସେହିପରି ହେଲିକପ୍ଟରରେ 52 କୋଟି 18 ଲକ୍ଷ ଖର୍ଚ୍ଚ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

- 7 ଜିଲ୍ଲାରୁ ପାଣ୍ଡିଆନଙ୍କ ହେଲିପ୍ୟାଡ଼ ପାଇଁ ମିଳିଥିବା ତଥ୍ୟ

ପ୍ରତି ହେଲିପ୍ୟାଡ ପାଇଁ 50-60 ଲକ୍ଷ ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି । ପ୍ରତି ହେଲିପ୍ୟାଡ୍ ପାଇଁ 2/3 ଲକ୍ଷ  ଖର୍ଚ୍ଚ ହୋଇଥିଲା । 6 ଟି ଜିଲ୍ଲାପାଳ RTIରେ ଦେଇଥିବା ସୂଚନାରୁ ଜଣା ପଡ଼ିଛି । 

ପଣ୍ଡିଆନଙ୍କ ଗସ୍ତ ପାଇଁ ଓଏସ ଅଭିସରମାନଙ୍କୁ ଟ୍ରାଫିକ ମ୍ୟାନେଜମେଣ୍ଟ ଦାୟିତ୍ଵ ଦିଆଯାଉଥିଲା । PD DRDA ଙ୍କୁ ଖାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆ ଯାଉଥିଲା । Transport department RTI କୁ ଦେଇଥିବା ତଥ୍ୟ ଅନୁଯାୟୀ । ଚାଟାର୍ଡ ଫ୍ଲାଇଟ୍ ରେ -9-10 ଥର ବ୍ୟକ୍ତିଗତ ଭାବେ ବ୍ୟବହାର କରିଛନ୍ତି ପାଣ୍ଡିଆନ । ଏହାସହ ହେଲିକପ୍ଟର 2-3 ଥର ସେ ବ୍ୟକ୍ତିଗତ ଭାବେ ବ୍ୟବହାର କରିଛନ୍ତି । ମଙ୍ଗଳବାର ଦିନ ପାଣ୍ଡିଆନଙ୍କ ଗସ୍ତ ବିରୋଧରେ FIR ଦିଆଯିବ । ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ । ମୁଖ୍ୟମନ୍ତ୍ରୀ କାହାକୁ ଅନୁମତି ଦେଇଛନ୍ତି, ଚାଟାର୍ଡ ଫ୍ଲାଇଟ୍ ରେ ବୁଲିବାକୁ । ସେଇ ତଥ୍ୟ ଆମକୁ ଦିଆଯାଇ ନାହିଁ।  2023 ପରେ ପାଣ୍ଡିଆନ ଅଭିଯୋଗ ପତ୍ର ଆଣିବା ପାଇଁ ରାଜ୍ୟ ତମାମ ପ୍ରାୟ 200 ଥର ଗସ୍ତ କରିଛନ୍ତି। କିନ୍ତୁ ସେ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ,ସମସ୍ତ ଜିଲ୍ଲାପାଳ, ଏଜି ଅଫିସ୍ ଆଦିରୁ ମଗା ଯାଇଥିଲେ ମଧ୍ୟ ତଥ୍ୟ ଦିଆଯାଇ ନାହିଁ ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
cpmplaint-agaisnt-vk-pandian | Argus News