Videos
|
Odisha

ଭଙ୍ଗା ଦଦରା କାନ୍ଥ ଆଉ ମୁଣ୍ଡ ଉପରେ ଚିରା ପଲିଥିନ୍

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଭଙ୍ଗା ଦଦରା କାନ୍ଥ ଆଉ ମୁଣ୍ଡ ଉପରେ ଚିରା ପଲିଥିନ୍

ଅର୍ଗସ ବ୍ୟୁରୋ:  ଭଙ୍ଗା ଦଦରା କାନ୍ଥ ଆଉ ମୁଣ୍ଡ ଉପରେ ଚିରା ପଲିଥିନ୍ । ସରକାରୀ ଆବାସ ପାଲଟିଛି ସାତ ସପନ। ବାରମ୍ବାର ଗୁହାରି ପରେ ବି ଶୁଣୁନି ପ୍ରଶାସନ। ଫଳରେ ଅସହାୟ ହୋଇ ଦିନ କାଟୁଛନ୍ତି ଆଡେଣିଗଡ ପଂଚାୟତର ଦୁଇଟି ଗାଁ।  ବୌଦ୍ଧ ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଆଡେଣିଗଡ ପଂଚାୟତର କଣ୍ଡରା ଓ କାଚପାଜୁ ଗାଁ l ଦୁର୍ଗମ ଆଠଟି ଘାଟି ରାସ୍ତା ଅତିକ୍ରମ କଲେ ଯାଇ ଏଇ ଗାଁରେ ପହଞ୍ଚିବେ l ଦେଖିଲେ ସ୍ପଷ୍ଟ ହେଉଛି ଯେପରି ଯୋଜନା ଏଠାରେ ଫେଲ୍ ମାରିଛି। ଗାଁର ଆରମ୍ଭରୁ ଶେଷ ଯାଏଁ ମାଳମାଳ ଚାଳଛପର ଘର। ଶତାଧିକ ଲୋକ ଏଠାରେ ସରକାରଙ୍କ ଆବାସ ଯୋଜନାରୁ ବଂଚିତ  l ଫଳରେ ପଲିଥିନ ଟାଣି ଭଙ୍ଗା ଦଦରା ମାଟି ଘରେ ବିତୁଛି ଜୀବନ l

ଗାଁରେ ପ୍ରକୁତ ହିତାଧିକାରୀ ସଂଖ୍ୟା ଅନେକ କିନ୍ତୁ ପକ୍କା ଘର ପାଇବାରୁ ଏମାନେ ବଞ୍ଚିତ। ଏମାନଙ୍କ ମଧ୍ୟରୁ ଅନେକ ବୟସର ଅପରାହ୍ନରେ ମାତ୍ର ଏଯାଏଁ ପକ୍କାଘର ଯୋଜନା କଣ ଏମାନେ ଯାଣି ପାରିଲେନି। ଝାଟି ମାଟିର ଘରେ ଏମାନେ ଆଜିବି ଆବାସ ଅପେକ୍ଷାରେ। କେନ୍ଦ୍ର ସରକାର ଘର ଯୋଗାଇ ଦେଉଥିବା ବେଳେ  ପୂର୍ବ ବିଜେଡି ସରକାର ଦଳୀୟ ନୀତିରେ ଘର ବାଣ୍ଟି ଥିବାରୁ ଅନେକ ଯୋଗ୍ୟ ଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। କଣ୍ଡରା, କାଚପାଜୁ, ବାଙ୍କପାଜୁ, ରସାହି, ସୁଲକେଟି,ସୁଲଗାଁ,ଲେଙ୍ଗରପାଜୁ,ଆଡାପାଜୁ,ବାଲେଜୁ,ସବେରି, ଭଳି ଅନେକ ଗାଁ ସବୁ ଗରିବ ହିତାଧିକାରୀଙ୍କ ମୁଣ୍ଡ ଉପରେ ଘର ନ ଥିବାରୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଖାଲି ସେତିକି ନୁହେଁ ଗାଁରେ ପିଇବା ପାଣି ସମସ୍ୟା, ସ୍ଥାଇ ଜମିପଟା, ସ୍ଥାୟୀ ରାସ୍ତା ନାହିଁ ଏହା ସହିତ ଅନେକ ସମସ୍ୟା ରହିଛି।

ଏନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ଶୁଦ୍ଧା କେହି ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି। 2୪ ବର୍ଷର ସ୍ଥିର ସରକାରରେ ପକ୍କା ଘର ପାଇବାରୁ ବଂଚିତ ଏହି ଦୁଇ ଗାଁ। ବର୍ଷ ପରେ ପର୍ଷ ବିତୁଛି ନେତା ଆସୁଛନ୍ତି ଯାଉଛନ୍ତି ହେଲେ କେହି ସମସ୍ୟାର ସମାଧାନ କରୁନାହାନ୍ତି। ଏବେ ନୁଆଁ ସରକାର ସମସ୍ୟା ପ୍ରତି ଦୃଷ୍ଟି ଦେଇ ଘର ସହ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି ହେଉଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: