Videos
|
Odisha

ବାଣ ବିସ୍ଫୋରଣରେ ବ୍ୟବସାୟୀ ମୃତ   

Manini Pattanayak
Browse all articles by Manini Pattanayak
·2 years ago·1 min read
ବାଣ ବିସ୍ଫୋରଣରେ ବ୍ୟବସାୟୀ ମୃତ   

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ବାଣ ବିସ୍ଫୋରଣ। ବାଣ ବିସ୍ଫୋରଣ ଘଟି ଜଣେ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ବଂଶୀଧର ପଲେଇଙ୍କ ପୁଅ ବାଦଲ ଓରଫ ଖଗେଶ୍ବର ପଲେଇ (୫୬ ବର୍ଷ)। ମିଳିଥିବା ସୂଚନା ମୁତାବକ, ଖଗେଶ୍ବର ବାଣ ବ୍ୟବସାୟ କରୁଥିଲେ । ଆଜି ଅପରାହ୍ନ ୨ଟାରେ କୌଣସି କାରଣରୁ ବାଣ, ବାରୁଦ ସମେତ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଗଛିତ ଥ‌ିବା ଅସ୍ଥାୟୀ ଘରେ ବିସ୍ଫୋରଣ ଘଟିଥିଲା ।

ପ୍ରଚଣ୍ଡ ବିସ୍ଫୋରଣରେ ପୁରା ଗାଁ ଥରି ଉଠିଥ‌ିବା ବେଳେ ଖଗେଶ୍ବରଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଖଗେଶ୍ବରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖ‌ିବାକୁ ପାଇଥିଲେ । ବାଣ ବିସ୍ଫୋରଣରେ ଅସ୍ଥାୟୀ ଘରର ଛପର ସମ୍ପୂର୍ଣ୍ଣ ଉଡ଼ି ଯାଇଛି । ବାଣ ବିସ୍ଫୋରଣର ସଠିକ୍ କାରଣ ଜଣା ପଡିନଥିବା ବେଳେ ସର୍ଟସର୍କିଟ୍ ଦ୍ୱାରା ଏହି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cracker blast in Mahulalpatna village under Baishinga police station of Mayurbhanj district. | Argus News