Crime Branch STF / ଆକ୍ସନ ମୁଡରେ କ୍ରାଇମବ୍ରାଞ୍ଚ STF, ଧଇଁ ସଇଁ ନିଶା ବେପାରୀ
·7 months ago·2 min read

Key Points
ପାର୍ସଲରେ ହେଉଛି ବେଆଇନ ନିଶା କାରବାର
କ୍ରାଇମବ୍ରାଞ୍ଚ STF ପକ୍ଷରୁ ଭୁବନେଶ୍ୱର ରେଲଓ୍ୱେ ଷ୍ଟେସନରେ ରେଡ୍

ଆକ୍ସନ ମୁଡକୁ ଆସିଛି କ୍ରାଇମବ୍ରାଞ୍ଚ STF। ଅପରେସନ ସ୍ନାଇପର ମାଧ୍ୟମରେ ଭୁବନେଶ୍ୱର ରେଳ ଷ୍ଟେସନକୁ ଆସୁଥିବା ସମସ୍ତ ପାର୍ସଲକୁ ଚେକିଂ କରାଯାଉଛି। କ୍ରାଇମବ୍ରାଞ୍ଚ STF ର ଡଗ୍ ସ୍କ୍ୱାର୍ଡ ଏହା ସହିତ RPFର K9 ଡଗ୍ ସ୍କ୍ୱାର୍ଡ ଏବଂ ଜିଆରପି ପୋଲିସ ମିଳିତ ଉଦ୍ୟମରେ ଛାନଭିନ୍ନ କରିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନକୁ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ପାର୍ସଲଗୁଡିକୁ ବାରମ୍ୱାର ଚେକିଂ କରାଯାଉଛି । କୁହାଯାଉଥିଲା କି, ଏହି ପାର୍ସଲ ଭିତରେ ନିଶା କାରବାର ହେଉଛି । ଏହାକୁ ରୋକିବା ପାଇଁ ଏଭଳି ପ୍ରୟାସ ଜାରି ରଖିଛି କ୍ରାଇମବ୍ରାଞ୍ଚ STF। ଏହି ନିଶା କାରବାର ଚାଲାଣ ପୂର୍ବରୁ କିପରି ଭାବରେ STF ଏହାକୁ ଧରିବ ତାକୁ ନେଇ ଚାଲିଛି ତଦନ୍ତ । STF ଏସପି କହିଛନ୍ତି ଯେ, ଆମର ଲକ୍ଷ ହେଉଛି ନିଶାମୁକ୍ତ ଭାରତ। ଗତ କାଲିଠାରୁ ଆରମ୍ଭ ହୋଇଛି ତନାଘନା। ସନ୍ଧାନୀ କୁକୁର କାଲିଠାରୁ ଆସିଥିଲା।
ଆଜିକାଲି ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ ଯେପରିକି ଡ୍ରଗ୍ସ, ଗଞ୍ଜେଇ, ମରିଜୁଆନ ପରି ସାମଗ୍ରୀକୁ ପାର୍ସଲ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ସମସ୍ତ ନିଶା କାରବାର କରୁଥିବା ଲୋକଙ୍କୁ ଗୋଡେଇ ଗୋଡେଇ ଧରିବା ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି ଏସପି।'' ଏହା ମଧ୍ୟ କହିଛନ୍ତି କି, ଆମକୁ ଇନପୁଟ ମିଳିଥିଲା କି ସମସ୍ତ ବେଆଇନ ନିଶା ଦ୍ରବ୍ୟ ପାର୍ସଲରେ ଚାଲାଣ ହେଉଛି । ତେଣୁ କାହାକୁ ଛଡାଯିବନାହିଁ। ''ଗଳାବାଟ ଦେଇ ଅପରାଧୀମାନେ ଅପରାଧ କରିବାକୁ ଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ STF ଆକ୍ସନ ମୁଡକୁ ଆସିଛି ବୋଲି ଏସପି କହିଛନ୍ତି।''
ଏଥିସହ ପଢ଼ନ୍ତୁ: ବାଲି ଘାଟରେ ରାତି ଅଧିଆ ଚଢାଉ, ୫୦ରୁ ଅଧିକ ବାଲି ଗାଡ଼ି ଜବତ
ରେଲଓ୍ୱେ ପାର୍ସଲରେ ନିଶା କାରବାର ହେଉଥିବା ଅଭିଯୋଗ ହୋଇଛି । ସନ୍ଧାନୀ କୁକୁର ସାହାଯ୍ୟରେ STF ପକ୍ଷରୁ ଚାଲିଛି ଯାଞ୍ଚ। ଏହି ପାର୍ସଲ କେଉଁଠୁ ଆସିଥିଲା, ଏହାକୁ କିଏ ପଠାଇଥିଲା ଏହା ନିଶ୍ଚତ ଭାବରେ ଆଗାମୀ ସମୟରେ ଜଣାପଡ଼ିବ। ସବୁଦିନ ପରି ଚାଲିଥିଲା ରୁଟିନ ଚେକିଂ । ତେବେ କ୍ରାଇମବ୍ରାଞ୍ଚ STF ଅନେକ ପାର୍ସଲ ଧରିଛନ୍ତି, ସବୁ ପାର୍ସଲକୁ ତନାଘନା କରାଯାଉଛି। ଜନସାଧାରଣଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଚେକିଂ କରାଯାଉଛି ।
ରାଜ୍ୟକୁ ନିଶା କାରବାରରୁ ବଞ୍ଚାଇବାକୁ ଓଡ଼ିଶା ପୋଲିସ ଏବଂ କ୍ରାଇମବ୍ରାଞ୍ଚ STFର ବଡ଼ ପଦକ୍ଷେପ। ରେଲଓ୍ୱେ ଷ୍ଟେସନ ସହ ବିଭିନ୍ନ ସ୍ଥାନରେ କରାଯାଉଛି ଜୋରଦାର ଚେକିଂ। ଏବେ ଭୟଭୀତ ନିଶା ବେପାରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories