SI Paper Leak / ଦଲାଲ ଓ ଆଶାୟୀଙ୍କୁ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ

Key Points
ମୁନ୍ନା ମହାନ୍ତିକୁ ନିଜ ଫାର୍ମ ହାଉସରେ ଲୁଚାଇଥିଲେ ବିଜେଡି ନେତା ଅଭିମନ୍ୟୁ ଦୋରା ।
ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ୨ ଦଲାଲ ବିଶ୍ୱଜିତ ହରିଚନ୍ଦନ, ତପଦ୍ୟୁତି ବେହେରା ଓ ୨୯ ଆଶାୟୀଙ୍କୁ ଜେଲ ଭିତରେ ମୁହାଁମୁହିଁ ଜେରା କରିଥିବା ସୂଚନା । ୮ ଘଣ୍ଟା ମୁହାଁମୁହିଁ ଜେରା କରିଛି କ୍ରାଇମବ୍ରାଞ୍ଚ । କିଛି ଗୁରୁତ୍ୱପୂର୍ଣ ତଥ୍ୟ ମିଳିଥିବା ଅନୁମାନ । ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ୧୨୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପ୍ରଥମ ଦିନରେ ୩୧ ଜଣଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେଲ ଭିତରେ ପଚରାଉଚରା କରିଛି ।
କ୍ରାଇମବ୍ରାଞ୍ଚ ଟିମ ପକ୍ଷରୁ ବ୍ରହ୍ମପୁର ଜେଲ ପରିସରରେ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରି ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା । ଯେହେତୁ ବହୁ ସଂଖ୍ୟକ ଆଶାୟୀ ଏବଂ ଦଲାଲଙ୍କୁ ବାହାରକୁ ଆଣି ଜେରା କରିବା ସମ୍ଭବ ହେବ ନାହିଁ, ତେଣୁ ଜେଲ ଭିତରେ ହିଁ ପଚରା ଉଚରା କରାଯିବ । ପ୍ରଥମ ଦିନରେ ୩୧ ଜଣଙ୍କୁ ଜେଲ ଭିତରେ କ୍ରାଇମବ୍ରାଞ୍ଚ ଡିଏସପି ମୁହାଁମୁହିଁ ଜେରା କରିଥିବା ସୂଚନା।
ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍ରେ ଯୁବତୀଙ୍କୁ ଏକା ପାଇ...
କ୍ରାଇମବ୍ରାଞ୍ଚ ଡିଏସପି ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କୁ ଏହି ଜାଲିଆତିରେ ସାମିଲ ପାଇଁ ଦଲାଲମାନେ କିପରି ଓ କେଉଁ ଉପାୟରେ ଯୋଗାଯୋଗ କରିଥିଲେ, କେତେ ଜଣ ଯୋଗାଯୋଗ କରିଥିଲେ, ସେମାନଙ୍କ ଠାରୁ କିଏ ସାର୍ଟଫିକେଟ ନେଇଥିଲା, ଟଙ୍କା କିଏ ନେଇଥିଲେ, ପରୀକ୍ଷାର୍ଥୀମାନେ ଟଙ୍କା କେମିତି ଦେଇଥିଲେ, ପରୀକ୍ଷାରେ କୃତକାର୍ଯ୍ୟ କରାଇଦେବାକୁ କଣ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, କେବେ ଠାରୁ ଯୋଗାଯୋଗ ସ୍ଥାପନ ହୋଇଥିଲା ଏଭଳି ବିଭିନ୍ନ ପ୍ରଶ୍ନ କରିଥିବା ଅନୁମାନ। ଏହି ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି । ଆଜି ମଧ୍ୟ ଆଉ କିଛି ଜଣକୁ ଜେରା କରାଯିବ ବୋଲି ସୂଚନା ମିଳୁଛି।
ଅନ୍ୟପଟେ ବିଜେଡି ନେତାଙ୍କ ସହଯୋଗ, ସମର୍ଥନ ଓ ପ୍ରଚ୍ଛନ୍ନ ସମ୍ପୃକ୍ତିରେ କେମିତି ଚାଲିଥିଲା SI ଚାକିରି କେଳେଙ୍କାରୀ ତା'ର ପର୍ଦ୍ଦାଫାସ୍ ହୋଇଛି । ମୁନ୍ନା ମହାନ୍ତିକୁ ନିଜ ଫାର୍ମ ହାଉସରେ ଲୁଚାଇଥିଲେ ବିଜେଡି ନେତା ଅଭିମନ୍ୟୁ ଦୋରା । ମୁନ୍ନା ଓ ଅଭିମନ୍ୟୁ, ଦୁଇ ବିଜେଡି ନେତା ମିଶି ଚଳାଇଥିଲେ କୋଟି କୋଟି ଟଙ୍କାର କଳା କାରବାର ।
ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!
ଅଭିଯୋଗ ଅନୁସାରେ, ବାଲିଘାଟ ନିଲାମରୁ ନେଇ ଚାକିରି ବିକ୍ରି କେଳେଙ୍କାରୀ କରି ଏମାନେ କୋଟି କୋଟି ଟଙ୍କା ଲୁଟ୍ କରୁଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ବିଜେଡି ନେତା ସୁବ୍ରତ ଛାଟୋଇଙ୍କ 'ବଣିକ' କୋଚିଂ ସେଣ୍ଟର ବି ରହିଛି । ବିଜେଡିର ବଡ଼ ବଡ଼ ନେତାଙ୍କ ଏହି ମାମଲାରେ ସମ୍ପୃକ୍ତି ଥିବା କହିଛି ବିଜେପି ।
📱 Get Argus News App
✨Related Topics
Explore more stories