Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରାପଡାରେ ପୁଣି ଟାଣିନେଲା କୁମ୍ଭୀର

Smruti Parija
Browse all articles by Smruti Parija
·2 years ago
କେନ୍ଦ୍ରାପଡାରେ ପୁଣି ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ପୁଣି ଟାଣିନେଲା କୁମ୍ଭୀର । ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଦକ୍ଷିଣଭେଡ଼ା ଗାଁର ବାୟା ମଲିକ ନାମକ ବ୍ୟକ୍ତିଙ୍କୁ ଟାଣିନେଲା କୁମ୍ଭୀର । ହଂସୁଆ ନଦୀର ଶାଖା ନଦୀ ନିକଟ ଚାଷ ଜମିରେ ପାଣି ମାଡାଉ ଥିବାବେଳେ କୁମ୍ଭୀର ଆକ୍ରମଣ କରି ନଦୀ ମଧ୍ୟକୁ ଟାଣିନେଇଥିବା ସୂଚନା ମିଳିଛି । 
 

ସେପଟେ ପାଖରେ କାମ କରୁଥିବା ବଡ ଭାଇ ଦେଖି ପାଟି କରିବାରୁ ଅନ୍ୟ ଲୋକମାନେ ଘଟଣାସ୍ଥଳରେ ରୁଣ୍ଢ ହୋଇ ଖୋଜା ଖୋଜି କରିବା ସହିତ ଅଗ୍ନିଶମ ବାହିନୀ ଓ ବନ ବିଭାଗକୁ ଖବର ଦେଇଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crocodile attack claims another life in Odisha's Kendrapara | Argus News