Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଇକ ଚାଳକଙ୍କୁ ଆକ୍ରମଣ କଲା କୁମ୍ଭୀର

Smruti Parija
Browse all articles by Smruti Parija
·1 year ago
ବାଇକ ଚାଳକଙ୍କୁ ଆକ୍ରମଣ କଲା କୁମ୍ଭୀର

ଭୁବନେଶ୍ୱର: ରାସ୍ତାରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ା ଜିଲ୍ଳା ରାଜନଗର ଦେବେନ୍ଦ୍ରନାରାୟଣପୁରରେ ରାସ୍ତା ଉପରେ କୁମ୍ଭୀର।  ଗତକାଲି ରାତିରେ ବାଉଁଶଗଡ଼ ନଦୀରୁ କୁମ୍ଭୀରଟି ଦେବେନ୍ଦ୍ରନାରାୟଣପୁର ରାସ୍ତା ଉପରକୁ ଚାଲିଆସିଥିଲା । ଜଣେ ବାଇକ ଚାଳକ ସେହି ରାସ୍ତାରେ ଯାଉଥିବାବେଳେ କୁମ୍ଭୀର ହଠାତ୍ ଆକ୍ରମଣ କରିଥିଲା । ଫଳରେ ଚାଳକ ଭାରସାମ୍ୟ ହରାଇ ପଡିଯାଇଥିଲେ । ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚିବା ବେଳକୁ କୁମ୍ଭୀରଟି ନିକଟସ୍ଥ ପୋଖରୀକୁ ପଳାଇ ଯାଇଥିଲା । ଗାଁ ଲୋକେ ପୋଖରୀରେ ଜାଲ ପକାଇ କୁମ୍ଭୀରକୁ ଧରିଥିଲେ । ଗ୍ରାମବାସୀଙ୍କଠାରୁ ଖବର ପାଇ ବନବିଭାଗ ପହଂଚି କୁମ୍ଭୀରଟିକୁ ଉଦ୍ଧାର କରିଛି । କୁମ୍ଭୀରର ଲମ୍ବ ପ୍ରାୟ ୮ ଫୁଟ ହେବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
crocodile-fear-in-kendrapada | Argus News