Videos
|
Odisha

ପୁଣି କୁମ୍ଭୀର ଆତଙ୍କ: ଜଣେ ମୃତ

Ritu Das
Browse all articles by Ritu Das
·2 years ago
ପୁଣି କୁମ୍ଭୀର ଆତଙ୍କ: ଜଣେ ମୃତ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ପୁଣି କୁମ୍ଭୀର ଆତଙ୍କ। ରାଜକନିକା ବ୍ଲକ କାଟଣା ବଣିଆ ପଞ୍ଚାୟତ ସିଙ୍ଗିଡି ଗ୍ରାମର ସନାତନ ସାହୁ ଗତ କାଲି ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ କାଲିଠୁ ନିଖୋଜ ଥିଲେ। 

ଆଜି ନଦୀକୂଳରୁ ତାଙ୍କ ଚପଲ ଦେଖିବାକୁ ମିଳିଥିଲା। ଗତକାଲିଠୁ ନଦୀରେ ଖୋଜା ଖୋଜି କରିଥିଲେ ସୁଦ୍ଧା ତାଙ୍କର ଖବର ମିଳିନଥିଲା। ଆଜି କୁମ୍ଭୀର ଏକ ମୃତ ଦେହ ଖାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ନଜରରେ ପଡିଥିଲା। ପରେ କୁମ୍ଭୀରକୁ ଘଉଡ଼ାଇ ମୃତ ଶରୀରକୁ ଉଦ୍ଧାର କରିଥିଲେ ଲୋକେ। ବନ ବିଭାଗ କର୍ମଚାରି ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: