Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜନଜାତି କଲ୍ୟାଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍

Odisha

ଜନଜାତି କଲ୍ୟାଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍

Manini Pattanayak
Browse all articles by Manini Pattanayak
·2 years ago·2 min read
ଜନଜାତି କଲ୍ୟାଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍

ଦେବଗଡ:  ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ନିରୀହ ଆଦିମ ଜନଜାତି ପାଉଡ଼ି ଭୂୟାଁଙ୍କୁ ଠକିଦେଲେ ସରକାର । ବିଜେଡି ସରକାରଙ୍କ ଚରମ ଅବହେଳାର ଶିକାର ଦେବଗଡ଼ ଜିଲ୍ଲା ଶେଷ ସୀମାରେ ରହୁଥିବା ଆଦିମ ଜନଜାତି ପାଉଡି ଭୂୟାଁ ଓ ମୁଣ୍ଡା। ଏମାନଙ୍କ ପାଇଁ ମାଳ ମାଳ ଯୋଜନା, କୋଟି କୋଟି ଟଙ୍କା ଖର୍ଚ୍ଚ। କିନ୍ତୁ କାଗଜ କଲମ ଓ ପ୍ରଚାର, ବିଜ୍ଞାପନରେ ହୋଇଛି ଆଦିବାସୀଙ୍କର ବିକାଶ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତର ଔତଲ ଓ ମୁରର୍ହା ଆଦିମ ଜନଜାତିଙ୍କ ଗାଁରୁ ଦେଖିବା ଅର୍ଗସର ଗ୍ରାଉଣ୍ଡ ରିପୋର୍ଟ।
ଆଦିମ ଜନଜାତିଙ୍କୁ ସଶକ୍ତ କରିବାକୁ ବହୁ ଉନ୍ନୟନମୂଳକ ଯୋଜନା ଚାଲୁଥିବା ପ୍ରଚାର ହେଉଛି ।  

କିନ୍ତୁ ଆପଣଙ୍କ ସାମ୍ନାରେ ବାସ୍ତବ ଚିତ୍ର । ଦେବଗଡ଼ ଜିଲ୍ଲା ସୀମାରେ ରହୁଥିବା ଆଦିମ ଜନଜାତି ପାଉଡି ଭୂୟାଁ ଓ ମୁଣ୍ଡାଙ୍କ ଅବସ୍ଥା ଦେଖନ୍ତୁ…ବିଜେଡି ଶାସନର 24 ବର୍ଷ ପରେ ଆଦିବାସୀଙ୍କର କେତେ ହୋଇଛି କଲ୍ୟାଣ, ତାହା ଦେଖିବାକୁ ଗାଁ ଔତଳରେ ପହଞ୍ଚିଥିଲା ଟିମ୍ ଅର୍ଗସ । ପାହାଡ଼ ତଳେ ରହୁଥିବା ଏ ଗାଁର ସବୁ ପରିବାର ମୌଳିକ ସୁବିଧାରୁ ବଞ୍ଚିତ। ସ୍କୁଲ ଅଛି, କିନ୍ତୁ ଶିକ୍ଷକ ନାହାନ୍ତି । ପିଇବା ପାଣି ପାଇଁ ଲୋକଙ୍କ ଭରସା ଏ ନାଳ। ମୁଣ୍ଡ ଗୁଞ୍ଜିବାକୁ ଏ ଭଙ୍ଗା, ଦଦରା ଘର। ଏମାନଙ୍କ ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସେ ଟଙ୍କା କୁଆଡ଼େ ଯାଉଛି ତାହା କେହି ଜାଣନ୍ତିନି।  ଅଭିଯୋଗ ହୋଇଛି `ଆମ ଓଡ଼ିଶା ନବୀନ ଓଡ଼ିଶା' ନାଁରେ ଗାଁର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ଅର୍ଥକୁ ସ୍ଥାନୀୟ ବିଜେଡି ନେତା ହଡ଼ପ କରିଛନ୍ତି । ୪୦ ବର୍ଷ ପୂର୍ବରୁ ଥିବା ମାଟି ଘର ଭାଗବତ ଟୁଙ୍ଗିଙ୍କୁ ଦେଖାଇ ଟଙ୍କା ଉଠାଇ ନିଆଯାଇଛି। ଏଠି କେବଳ ଲାଗିଛି ଏ ଫଳକ।  ଆଦିମ ଜନଜାତିଙ୍କ  ନାଁରେ ବହୁ ଯୋଜନା, ମାଳ ମାଳ ମିଛ ପ୍ରଚାର। କିନ୍ତୁ ବିଜେଡି ଶାସନ 25 ବର୍ଷ ଭିତରେ ଏମାନଙ୍କୁ ମିଳିଛି କେବଳ ଧୋକା ଓ ପ୍ରତାରଣା। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crores of rupees Hariloot in the name of tribal welfare | Argus News