Videos
|
Odisha

ଔଷଧ ଅରଣ୍ୟ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଔଷଧ ଅରଣ୍ୟ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ

ଅର୍ଗସ ବ୍ୟୁରୋ:  ବଲେ ବଲେ ଢ଼ାବା, କୁସୁମା ପ୍ରୋଜେକ୍ଟ ପରେ ଏବେ ଚର୍ଚ୍ଚାରେ ଢ଼େଙ୍କାନାଳର ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ।ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲିକଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ପାଖାପାଖି ୧୨ଟି କମ୍ପାନୀର କୋଟି କୋଟି ଟଙ୍କା ଏଥିରେ ଲାଗିଥିବା ଅଭିଯୋଗ। ଡିଏଏମଏଫ, ସିଏସଆର ପାଣ୍ଠିରୁ ପାଣି ଭଳିଆ ଟଙ୍କା ଖର୍ଚ ହୋଇଥିବା ଅଭିଯୋଗ। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ପଶିଛି ଛନକା । ନଜର ପକାନ୍ତୁ ଏ ଦୃଶ୍ୟ ଉପରେ ଏ ହେଉଛି ଢ଼େଙ୍କାନାଳ କାମାକ୍ଷାନଗର ବ୍ଲକ ଶୋଗର ଠାରେ ଔଷଧୀୟ ଅରଣ୍ୟର ଦୃଶ୍ୟ। ପାଖାପାଖି ୭୦୦ ଏକର ପରିମିତ ଅଂଚଳରେ ନିର୍ମିତ ହୋଇଛି ଏହି ଅରଣ୍ୟ। ଔଷଧୀୟ ଗଛ ଲାଗିଛି । ପାର୍କ ତିଆରି ହୋଇଛି । ଗେଷ୍ଟ ହାଉସ ଠାରୁ ଆରମ୍ଭ କରି ଶୁଇମିଂ ପୁଲ ଆଦି ସବୁ ହୋଇଛି । ହେଲେ ଏଠାରେ କେତେ ଟଙ୍କା ଖର୍ଚ ହୋଇଛି ତାର କୌଣସି ହିସାବ କାହା ପାଖରେ ନାହିଁ।

ଖାଲି ଏତିକି ନୁହେଁ, ମାଙ୍କଡ଼ା ପଥର କାଟି ସେଇଠି ନିର୍ମାଣ ହୋଇଛି ବିଲଡିଂ ଓ ପାଚେରୀ। ପଥର ଖଣି ଗୁଡିକୁ ସୁଇମିଙ୍ଗ ପୂଲରେ ପରିବର୍ତ୍ତନ କରାଯାଉଛି । ଯେଉଁଥିରେ କି ଜଳସ୍ରୋତ ତିଆରି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ । ଗାଈ ଗୁହାଳ ବାବଦକୁ ଆସିଥିବା ୩ଲକ୍ଷ ୫୦ ହଜାର ଟଙ୍କାରେ କାଫେ ନିର୍ମାଣ କରାଯାଇଥିବା ଅଭିଯୋଗ । ଔଷଧୀୟ ଅରଣ୍ୟ ନିର୍ମିତ ହୋଇଥିବା ଜାଗା କେଉଁ କିସମର ତାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ହିନ୍ଦୋଳ ତହସିଲଦାର ଏହାର ତଦନ୍ତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲିକଙ୍କ ଇଙ୍ଗିତରେ ଏ ସବୁ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି ।

ପାର୍କ ନିକଟରେ ଏକ ଗୁମ୍ଫା ରହିଛି। ଯେଉଁଠାରେ ଆପତି ଜନକ ଜିନିଷ ଦେଖିବାକୁ ମିଳିଛି। ପ୍ରଶ୍ନ ଉଠୁଛି ଏଠି ଚାଲିଥିଲା କଣ। ଡିଏଏମଏଫ ଟଙ୍କା ,ସିଏଏସଆର ଟଙ୍କା ଖଣି ପ୍ରଭାବିତ କିମ୍ବା କମ୍ପାନୀ ପ୍ରଭାବିତ ଅଞ୍ଚଳରେ ବ୍ୟବହାର ହେବା କଥା , ହେଲେ ସାଗର ଏକ ଖଣି ପ୍ରଭାବିତ ଅଞ୍ଚଳ ହୋଇନଥିବା ବେଳେ ସେଠାରେ ଏତେ ଟଙ୍କା ଖର୍ଚ କେମିତି ହେଲା ସେ ନେଇ ପ୍ରଶ୍ନ ଉଠିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Crores of rupees loot in the name of medicine forest | Argus News