BJP Kerala Bengal Mission / ମିଶନ କେରଳ-ପଶ୍ଚିମବଙ୍ଗ ପାଇଁ କ'ଣ ରହିଛି ବିଜେପି ରଣନୀତି?
·3 weeks ago·2 min read

Key Points
୨୦୨୬ ବିଧାନସଭା ନିର୍ବାଚନ ପାଇଁ ବିଜେପି କେରଳ-ପଶ୍ଚିମବଙ୍ଗ ଉପରେ ରଖିଛି ସ୍ୱତନ୍ତ୍ର ନଜର।
Assembly Elections 2026: ୨୦୨୬ କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତିକୁ ତୀବ୍ର କରିବାରେ ଲାଗିଛି ବିଜେପି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଜେପି ଚଳିଚ ବର୍ଷ ଉଭୟ ରାଜ୍ୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପାଇଁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ନାହିଁ। ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଦଳ ଉଭୟ ରାଜ୍ୟରେ ନିର୍ବାଚନ ଲଢ଼ିବା ସହ ଯଥାସମ୍ଭବ ଅଧିକ ଆସନ ଜିତିବା ପାଇଁ ଦଳର ପ୍ରମୁଖ ପ୍ରମୁଖ ନେତାଙ୍କୁ ପ୍ରାର୍ଥୀ କରିବ। ଏଥିପାଇଁ ରଣନୈତିକ ଏବଂ ସାଙ୍ଗଠନିକ ସ୍ତରରେ ଦଳ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।
ପଶ୍ଚିମବଙ୍ଗର ସମସ୍ତ ୨୯୪ ଆସନରେ ଲଢିବ ବିଜେପି
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବିଜେପି ପଶ୍ଚିମବଙ୍ଗର ସମସ୍ତ ୨୯୪ ଆସନରେ ଲଢିବାକୁ ଅଣ୍ଟାଭିଡ଼ିଛି। ଦଳର ଏଥର ନିର୍ବାଚନରେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବର୍ତ୍ତମାନର ଦଳୀୟ ବିଧାୟକଙ୍କ ବ୍ୟତୀତ ଅନେକ ପୂର୍ବତନ ସାଂସଦଙ୍କୁ ମଧ୍ୟ ପ୍ରାର୍ଥୀ କରିପାରେ। ଏହା ବ୍ୟତୀତ, କିଛି ବର୍ତ୍ତମାନର ଲୋକସଭା ସାଂସଦଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏପରିକି ସେମାନଙ୍କୁ ବିଧାୟକ ପ୍ରାର୍ଥୀ ମଧ୍ୟ କରାଯାଇପାରେ। ଦଳୀୟ ନେତୃତ୍ୱଙ୍କ ମତ ଅନୁସାରେ ପ୍ରମୁଖ ଏବଂ ପ୍ରଭାବଶାଳୀ ନେତାଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ସାଙ୍ଗଠନିକ ଶକ୍ତି ଏବଂ ନିର୍ବାଚନୀ ପ୍ରଦର୍ଶନ ଉଭୟରେ ସୁଧାର ଅଣାଯାଇ ପାରିବ।
ଏଥିସହ ପଢ଼ନ୍ତୁ: 'ନବୀନ ମୋତେ କିଣିବାକୁ ଚେଷ୍ଟା କରିଥିଲେ, ୩ ଜଣ ବିଧାୟକଙ୍କୁ ପଠେଇଥିଲେ': ପ୍ରତାପ ଷଡ଼ଙ୍ଗୀ
ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ବିଜେପି କରିବ ଲଢେଇ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ବିଜେପି ଏଥର ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବ ନାହିଁ। ଦଳର ନଜର ଏବେ ସାମୂହିକ ଏବଂ କେନଦ୍ରୀୟ ନେତୃତ୍ୱ
ସହୟତାରେ ନିର୍ବାଚନ ଲଢ଼ିବ। ଦଳର ନିର୍ବାଚନୀ ପୋଷ୍ଟର ଏବଂ ଦଳୀୟ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ବ୍ୟାପକ ମାତ୍ରାରେ ପ୍ରଦର୍ଶିତ କରାଯିବ।
କେରଳରେ ସହଯୋଗୀ ଦଳ ସହିତ ନିର୍ବାଚନ ଲଢିବ ବିଜେପି
ପଶ୍ଚିମବଙ୍ଗ ଭଳି କେରଳରେ ମଧ୍ୟ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ। ବିଜେପି ନେତୃତ୍ୱାଧିନ ଏନଡି଼ଏ ମେଣ୍ଟର ସହଯୋଗୀ ଦଳ ରାଜ୍ୟର ସମସ୍ତ ୧୪୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହା ମଧ୍ୟରୁ ବିଜେପି ପ୍ରାୟ ୯୦ ରୁ ୧୦୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅନ୍ୟପଟେ ବାକି ୪୦ ଆସନ ମେଣ୍ଟ ସହଯୋଗୀଙ୍କ ପାଇଁ ଛାଡ଼ିବ।
ଗତ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ମେଟ୍ରୋମ୍ୟାନ୍ ଇଞ୍ଜିନିୟର ଶ୍ରୀଧରନଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିଲା। ହେଲେ ଦଳ ଗୋଟିଏ ଆସନ ମଧ୍ୟ ଜିତିପାରି ନଥିଲା। ଏହି ଅଭିଜ୍ଞତାକୁ ଆଧାର କରି ଦଳ ଏଥର ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବାକୁ ରଣନୀତି କରିଛି।
କେରଳ ବିଧାନସଭା ନିର୍ବାଚନ ୨୦୨୨୬ ପାଇଁ ଦଳୀୟ ପ୍ରଚାର ସମୟରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ, ସହ ରାଜ୍ୟର କିଛି ପ୍ରମୁଖ ଦଳୀୟ ନେତାଙ୍କୁ ସ୍ଥାନ ମିଳିବ। ସେମାନଙ୍କ ଫଟୋ ପୋଷ୍ଟର ଏବଂ ପ୍ରଚାରରେ ପ୍ରଦର୍ଶିତ ହେବେ। ଯାହା ମଧ୍ୟରେ ରହିଛନ୍ତି କେରଳ ବିଜେପି ଅଧ୍ୟକ୍ଷ ରାଜୀବ ଚନ୍ଦ୍ରଶେଖର ଏବଂ ମେଣ୍ଟ ସହଯୋଗୀ ଭାରତୀୟ ଜନ ଧର୍ମ ସେନା ମୁଖ୍ୟ ତୁଷାର ଭେଲ୍ଲାପ୍ପାଲ୍ଲୀ। ଗତ ବର୍ଷ କେରଳରେ ଅନୁଷ୍ଠିତ ହୋଇଥିବା ସ୍ଥାନୀୟ ସ୍ୱାୟତ୍ତଃ ସଂସ୍ଥା ନିର୍ବାଚନକୁ ଫଳାଫଳକୁ ନେଇ ବିଜେପି ଉତ୍ସାହିତ ହୋଇଉଠିଛି। ରାଜଧାନୀ ତିରୁବନନ୍ତପୁରମ ନଗର ନିଗମ ନିର୍ବାଚନରେ ପ୍ରଥମ ବିଜେପି ମେୟର ନିର୍ବାଚିତ ହେବା ଏବଂ ୨ ନଗପାଳିକା ଦଖଲ କରିବା ପରେ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି। ଏଥର ବିଧାନସଭା ନିର୍ବାଚନରେ ଦଳ ଆହୁରି ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି।
ପଢନ୍ତୁ ଏହି ଖବର: ବାଜି ମାରିନେଲା ବିଜେପି; ବିରୋଧି ଚିତପଟାଙ୍ଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories