Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ

ଅର୍ଗସ ବ୍ୟୁରୋ : ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ । ଭୋର ୪.୩୪ରେ ଠାକୁରଙ୍କ ମହାସ୍ନାନ ନୀତିକାନ୍ତି ପରେ ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି  । ମାଧିପୁରର ତ୍ରିବେଣୀଶ୍ୱର, ସନ୍ତପୁରର ଐଶାନେଶ୍ୱର ଓ କୁରୁଜଙ୍ଗରେ ଦକ୍ଷିନେଶ୍ୱର ମହାଦେବଙ୍କ ସ୍ୱତନ୍ତ୍ର ପୂଜା ପରେ ମହାସ୍ନାନ ହୋଇଥିଲା ।  ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ବୁଡ଼ ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ପୌରାଣିକ ମତାନୁସାରେ ମାଘସପ୍ତମୀରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । 

ଅଧିକ ପଢନ୍ତୁ : ଆଜି ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ

ତିନି ଠାକୁର ପାରମ୍ପରିକ ଶୋଭାଯାତ୍ରାରେ ରାତି ୩ଟା ୩୦ରେ ଚନ୍ଦ୍ରଭାଗା ସ୍ନାନ ମଣ୍ଡପରେ ପହଞ୍ଚିଥିଲେ । ସାଧୁସନ୍ଥଙ୍କ ଦ୍ୱାରା ମହାଆଳତୀ ସମ୍ପନ୍ନ ହେବାପରେ ଶ୍ରଦ୍ଧାଳୁଙ୍କୁ ବୁଡ ପାଇଁ ଅନୁମତି ମିଳିଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା ସହ ସିସିଟିଭି ଲଗାଯାଇଛି । ସୁରକ୍ଷା ପାଇଁ ୫ଜଣ ଅତିରିକ୍ତ ଏସପି, ୧୨ ଜଣ ଡିଏସପି, ୩୯ ଜଣ ଇନ୍ସପେକ୍ଟରଙ୍କ ସମେତ ମୋଟ ୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ସେପଟେ ୨ଦିନ ଧରି କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ମଧ୍ୟ ଛାଡ଼ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crowds of devotees at chandrabhaga on the holy day of Magha Saptami | Argus News