Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଣଙ୍କ ଜୀବନ ବଦଳରେ ୨ଜଣ ପାଇଲେ ନୂଆ ଜୀବନ

Odisha

ଜଣଙ୍କ ଜୀବନ ବଦଳରେ ୨ଜଣ ପାଇଲେ ନୂଆ ଜୀବନ

Jitendra Dash
Browse all articles by Jitendra Dash
·2 years ago·1 min read
ଜଣଙ୍କ ଜୀବନ ବଦଳରେ ୨ଜଣ ପାଇଲେ ନୂଆ ଜୀବନ

ଅର୍ଗସ ବ୍ୟୁରୋ : ୨୬ ବର୍ଷ ଧରି ଦେଶସେବା କରିବା ପରେ ଆଖି ବୁଜିଛନ୍ତି ଖୋର୍ଦ୍ଧା ସାରୁଅର ସିଆରପିଏଫ ଜବାନ କୃଷ୍ଣଚନ୍ଦ୍ର ମହାଭୋଇ । ମୃତ୍ୟୁ ପୂର୍ବରୁ ଅଙ୍ଗଦାନ କରି ଯବାନଙ୍କ ମହାନତାକୁ ଦର୍ଶାଇବା ସହିତ ସବୁଦିନ ତାଙ୍କୁ ପାଇଁ ଅମର କରିଦେଇଛି । ବାପା, ଭାଇ, ସ୍ଵାମୀକୁ ହରାଇ କୃଷ୍ଣଙ୍କ ପରିବାର ଲୋକ ଭାଙ୍ଗି ପଡିଥିଲେ ମଧ୍ୟ ଅଙ୍ଗଦାନ ଭଳି ମହତ କାର୍ଯ୍ୟ କରି ସେମାନେ ନିଜକୁ ଗୌରବାନ୍ଵିତ କରିଛନ୍ତି । 

କୃଷ୍ଣଚନ୍ଦ୍ର ଦୁଇ ବର୍ଷ ହେବ କିଡନୀ ଜନିତ ରୋଗରେ ପୀଡିତ ଥିବା ବେଳେ ନିୟମିତ ବ୍ୟବଧାନରେ ତାଙ୍କର ଡାୟାଲିସିସ୍ ମଧ୍ୟ ଚାଲିଥିଲା । ମାର୍ଚ୍ଚ ୨୦ତାରିଖରେ ହଠାତ୍ କୃଷ୍ଣଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହୋଇଥିବା ବେଳେ ପରିବାର ଲୋକ ସମ୍ ଅଲ୍ଟିମେଟରେ ଭର୍ତ୍ତି କରିଥିଲେ । ୪୮ଘଣ୍ଟା ପରେ ବି ମସ୍ତିଷ୍କ କାମ ନକରିବାରୁ ଡାକ୍ତର କୃଷ୍ଣଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଗ୍ରୀନ କରିଡରରେ ରାଜ୍ୟ ବାହାରକୁ ଗଲା କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ ଓ ଯକୃତ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେଡିକାଲ କତୃପକ୍ଷ ଓ କମିସନରେଟ ପୋଲିସର ମିଳିତ ସହଯୋଗରେ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗ ଦୁଇଟିକୁ ଗ୍ରୀନ କରିଡର ମାଧ୍ୟମରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନେଇ ସେଠାରୁ ମୁମ୍ବାଇ ଏବଂ କୋଲକାତାକୁ ପଠାଯାଇଛି । ମୁମ୍ବାଇର ରିଲାଏନ୍ସ ଏବଂ କୋଲକାତାର ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସାଧୀନ ରୋଗିଙ୍କ ଠାରେ ଏହି ଅଙ୍ଗକୁ ପ୍ରତ୍ୟାରୋପଣ କରାଯିବା । ନିଜ ଜୀବନ ବଦଳରେ ଦୁଇ ଜଣଙ୍କୁ ଜୀବନ ଦାନ ଦେଲେ ସିଆରପିଏଫ ଯବାନ । କୃଷ୍ଣଚନ୍ଦ୍ରଙ୍କ ଏଭଳି ମହାନତା ଏବଂ ପରିବାର ଲୋକଙ୍କ ତ୍ୟାଗକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Sponsored
CRPF Jawan's Posthumous Organ Donation Brings Solace To Family, Embodies Soldier's Nobility | Argus News