Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଢେଙ୍କାନାଳ ଜିଲ୍ଲାରେ ଜାପାନୀ ପୋଦିନା ଚାଷ 

Odisha

ଢେଙ୍କାନାଳ ଜିଲ୍ଲାରେ ଜାପାନୀ ପୋଦିନା ଚାଷ 

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଢେଙ୍କାନାଳ ଜିଲ୍ଲାରେ ଜାପାନୀ ପୋଦିନା ଚାଷ 

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ଔଷଧୀୟ ଓ  ସୁଗନ୍ଧି ଫସଲ ପ୍ରତିଷ୍ଠାନ,ଲକ୍ଷ୍ନୌ ପକ୍ଷରୁ  ଆରୋମା ମିଶନ ଜରିଆରେ ଢେଙ୍କାନlଲ ଜିଲ୍ଲା ଓଡୋପଡ l ବ୍ଲକର କୁରୁଣ୍ଟି  ଗାଁ ରେ ୧୫ ଏକର ଜାପାନୀ ପୋଦିନା ଚାଷ ଟାଟା ଷ୍ଟିଲ ଫାଉଣ୍ଡେସନ ସହୋଯୋଗ ରେ ଆରମ୍ଭ ହୋଇଛି l ଏହି ଚାଷ ଦ୍ଵାରା ଚାଷୀ ମାନେ ଅଧିକ ଲାଭ ପାଇପାରିବେ ବୋଲି କେନ୍ଦ୍ରୀୟ ଔଷଧିୟ ଓ ସୁଗନ୍ଧି ଫସଲ ପ୍ରତିଷ୍ଠାନ ଲକ୍ଷ୍ନୌ ପ୍ରଧାନ ବୈଜ୍ଞାନିକ ଡକ୍ଟର ପ୍ରଶାନ୍ତ କୁମାର ରାଉତ କହିଛନ୍ତି l ଜାପାନୀ ପୋଦିନା ରବି ଜାତୀୟ ଚାଷ ହୋଇଥିବାରୁ ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା  ଦୁଇ ଥର ତେଲ  ବାହାର କରା ଯାଏ ଯାହା ୧.୫ ଲାଭ ହେକ୍ଟର ଲାଭ ମିଳିଥାଏ lଏହି ତେଲ ରୁ ଚୋକଲଟ, କଫ୍ ସିରପ୍  ,ପାନ ମସଲା ଭଳି ଅନେକ ଔଷଧି ରେ ବ୍ୟବହାର ହୋଇ ଥାଏ ବୋଲି ଡକ୍ଟର ରାଉତ ପ୍ରକାଶ କରିଛନ୍ତି l

ପ୍ରଥମ ଥର ପାଇଁ କୁସ ପଙ୍କା ପଞ୍ଚାୟତ ରେ ହୋଇଥିବାରୁ ଆସନ୍ତା ବର୍ଷ ଠାରୁ ଅଧିକ ଚାଷୀ ମାନଙ୍କୁ ସଲିମ୍ କରିବା ପାଇଁ ପ୍ରୟାସ କରାଯିବ ବୋଲି ଟାଟା ଷ୍ଟିଲ ଫାଉଣ୍ଡେସନ ର  ସି ଏସ ଆର୍ ମୁଖ୍ୟ କୁମାର ସୌରଭ କହିଛନ୍ତି l ଏହି ଜାପାନୀ ପୋଦିନା ଚାଷ କ୍ଷୀରୋଦ ମହାନ୍ତି, ଚିତ ରଞ୍ଜନ ମହାନ୍ତି, ଅଙ୍ଗଦ ମହାନ୍ତି,ସନାତନ ସାମଲ, ସୁମନ୍ତ ନାୟକ , ଅଖିଳ ନାୟକ, ପ୍ରକାଶ ନାୟକ, ଦିଗମ୍ବର ମହାନ୍ତି ଓ ଅନ୍ୟାନ୍ୟ ଚାଷୀ ମାନଙ୍କ ଜମିରେ ଚାଷ କରା ଯାଇଛି l ଏହି କାର୍ଯ୍ୟକ୍ରମକୁ ଟାଟା ଷ୍ଟିଲ ଫାଉଣ୍ଡେସନ ର  ଆଶୁତୋଷ କୁମାର ଦାସ,ବିଜୟ କୁମାର ହରିଚନ୍ଦନ ଓ ରୂପକ କୁମାର ନାୟକ ସହୋଯୋଗ କରିଥିଲେ l କେନ୍ଦ୍ରୀୟ ଔଷଧିୟ ଓ ସୁଗନ୍ଧି ଫସଲ ପ୍ରତିଷ୍ଟନ ର ବିନୟ କୁମାର ଯାଦବ ଚାଷୀ ମାନଙ୍କୁ  ବୈଷୟିକ ପରାମର୍ଶ ପ୍ରଦାନ କରିଥିଲେ l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cultivation of Japanese mint in Dhenkanal district | Argus News