Videos
|
Odisha

ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସ୍ଥିତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Smruti Parija
Browse all articles by Smruti Parija
·2 years ago·1 min read
ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସ୍ଥିତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର: ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ କରିଛନ୍ତି ଆଲୋଚନା । ସାଧାରଣ ଲୋକଙ୍କୁ ଭେଟି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି । ବାହୁଡ଼ା ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଯାହା ଏସଓପି କରାଯାଇଛି, ତାକୁ ସମସ୍ତେ ପାଳନ କରିବା ଆବଶ୍ୟକ । 

ସେ ସେବାୟତ ହୁଅନ୍ତୁ ବା ଭକ୍ତ ସମସ୍ତେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ଉପସ୍ଥିତ ରହିବୁ । ନିତିକାନ୍ତି ଶୃଙ୍ଖଳିତ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

କାହିଁକି ଚାବିରେ ରତ୍ନ ଭଣ୍ଡାର ଖୋଲିଲା ନାହିଁ ଘଟଣାର ତଦନ୍ତ ହେବ କି ପ୍ରଶ୍ନରେ ସଂସ୍କୃତି ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସରକାର ଯାହା କହିଛନ୍ତି, ତାହା ପାଳନ କରିବେ । 

ବାହୁଡିବେ ସାଆନ୍ତ...

Culture Minister Suryashubhi Suraj reviewed the situation for bahuda-jatra | Argus News